୧୯ ନିର୍ବାଚନ ଲଢ଼ିବେନି ବରିଷ୍ଠ କଂଗ୍ରେସ ନେତ!

0

ଓଡ଼ିଶା ଫାଷ୍ଟ (ବ୍ୟୁରୋ): ଆଜି ନୂଆଦିଲ୍ଲୀରେ ବସୁଛି ଏଆଇସିସିର ବୈଠକ ।
ଯୋଗ ଦେବାକୁ ଦିଲ୍ଲୀ ଯାଉଛନ୍ତି ରାଜ୍ୟର ଅନେକ ବରିଷ୍ଠ କଂଗ୍ରେସ ନେତା । ଦଳର ମଙ୍ଗ କାହା ହାତକୁ ଯିବ ସ୍ଥିତିକୁ ନେଇ ସମସ୍ତେ ଏବେ ସନ୍ଦେହ ଘେରରେ।

ଅନ୍ୟପଟେ ଶୁଣିବାକୁ ମିଳୁଛି ୭୮ଜଣ ଏଆଇସିସିର ନୂଆ ତାଲିକାରେ ସାମିଲ ହୋଇଥିବାବେଳେ ବିଧାୟକ ତାରା ପ୍ରସାଦ ବାହିନୀପତି,ଯୋଗେଶ ସିଂହ ଓ ପ୍ରଫୁଲ୍ଲ ମାଝୀଙ୍କ ସମେତ ବରିଷ୍ଠ ନେତା ଅନନ୍ତ ସେଠୀଙ୍କ ନାମକୁ ଏଆଇସିସି ସଭ୍ୟ ପଦରୁ ହାଇକମାଣ୍ଡ ବାତିଲ କରିଛନ୍ତି ।

ଏହା ଯଦି ସତ ହେବ ତେବେ ରାଜ୍ୟ କଂଗ୍ରେସ ଲୋପ ପାଇବା କଥାକୁ ଏଡାଇ ଦିଆଯାଇନପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ପ୍ରସାଦ ହରିଚନ୍ଦନଙ୍କୁ ସଭାପତି ପଦରୁ ନହଟାଇଲେ ଦଳ ଛାଡିବେ ବୋଲି କିଛି ବିଧାୟକ ଖୋଲାଖୋଲି ଚାଲେଞ୍ଜ କରିଛନ୍ତି।

ପ୍ରସାଦ ଯଦି ପିସିସି ସଭାପତିରୁ ନ ହଟନ୍ତି ତେବେ ଦଳର ଅଧିକାଂଶ ନେତା ନିର୍ବାଚନ ଲଢିବେନି । ତାରା ବାହିନୀପତି ନିଜେ ମଧ୍ୟ ନିର୍ବାଚନ ଲଢିବେ କି ନାହିଁ ତାହାକୁ ନେଇ ଚିନ୍ତାରେ ଅଛନ୍ତି । ତାଛଡ଼ା ପ୍ରସାଦ ସଭାପତି ରହିଲେ ଦଳର ବଡ କ୍ଷତି ହେବ ବୋଲି । ବିରୋଧୀଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି କହିଛନ୍ତି।

Leave A Reply

Your email address will not be published.