କଂଗ୍ରେସ ପିଇସି ବୈଠକ ! ଧର୍ମକୁ ଆଖିଠାର

0

ଓଡ଼ିଶା ଫାଷ୍ଟ(ଜିତେନ୍ଦ୍ର ମହାନ୍ତି): ରାଜ୍ୟରେ ୧୪୭ଟି ବିଧାନସଭା ଆସନ । କଂଗ୍ରେସ ସେଥିମଧ୍ୟରେ କେଉଁ ସ୍ଥାନରୁ କାହାକୁ ପ୍ରାର୍ଥୀ କରିବେ ପସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏବଂ ତାଙ୍କର ପୁତ୍ର ନବଜ୍ୟୋତି ପଟ୍ଟନାୟକ ନେଇସାରିଛନ୍ତି ତାକୁ କେବଳ ପରୋକ୍ଷ ଓ ପ୍ରତକ୍ଷରେ ଇସାରା କରିଛନ୍ତି । କିନ୍ତୁ ଔପଚାରିକତା ରକ୍ଷା କରିବା ପାଇଁ ଆଜି କଂଗ୍ରେସ ଭବନରେ ଦିନ ଗୋଟାଏ ବେଳେ ବସିବ ପିଇସି ବୈଠକ ଅର୍ଥାତ ପ୍ରଦେଶ ଇଲେକ୍ସନ କମିଟି ବୈଠକ। ସ୍କ୍ରିନିଂ କମିଟି ଦ୍ୱାରା ପ୍ରତି ନିର୍ବାଚନ ମଣ୍ଡଳୀରୁ ଆସିଥିବା ଗୋଟିଏ ଦୁଇଟି ଅଥବା ତିନି ଚାରୋଟି ନାଁ ଉପରେ ପିଇସି ଆଜି ନେବ ଶେଷ ନିଷ୍ପତ୍ତି । ପିଇସି ଚେଷ୍ଟା କରିବ ସ୍କ୍ରିନିଂ କମିଟି ଦ୍ୱାରା ଆସିଥିବା ନାଁ କୁ ଆହୁରି ଛୋଟ କରି ଆସନ ପିଛା ଗୋଟେ କି ଦୁଇଟି ନାଁ ରଖିବାପାଇଁ । ଏହାପରେ ପିଇସିରୁ ଏହା ସିଇସି କୁ ଯିବ ।

ଓଡ଼ିଶା ଫାଷ୍ଟକୁ ମିଳିଥିବା ବିଶେଷ ସୂଚନା ଅନୁଯାୟୀ, କେତେକ ସ୍ଥାନ ପାଇଁ ପ୍ରାର୍ଥୀଙ୍କୁ ଟିକେଟ ମିଳିବ ବୋଲି ପ୍ରତିଶ୍ରୁତି ଦିଆସରିଛି । କିନ୍ତୁ ଆଶାୟୀ ଙ୍କ ମନ ବୁଝାଇବା ପାଇଁ ଏହା କରାଯାଉଛି । ଯେମିତିକି ଖୋର୍ଦ୍ଧାରୁ ଯୋଗେନ୍ଦ୍ର ବାହୁବଳେନ୍ଦ୍ର, ବେଗୁନିଅରୁ ପୃଥିବୀବଲ୍ଲଭ ପଟ୍ଟନାୟକ, ଜଟଣୀରୁ ସୁରେଶ ରାଉତରାୟ, ଭୁବନେଶ୍ୱର ଉତ୍ତରରୁ ଆଶିଷ ମଲ୍ଲିକ, ଭୁବନେଶ୍ୱର ଏକାମ୍ରରୁ ରଶ୍ମି ମହାପାତ୍ର, ପୁରୀରୁ ବିଶ୍ୱଜିତ ମହାନ୍ତି, ସତ୍ୟବାଦୀରୁ ପ୍ରସାଦ ହରିଚନ୍ଦନଙ୍କ ନାଁ ପ୍ରୟତଃ ଚୂଡାନ୍ତ ହୋଇଯାଇଛି । ସେହିପରି ଜଗତସିଂହପୁରରୁ ଚିରଞ୍ଜୀବ ବିଶ୍ୱାଳ, କଟକ ବାରବାଟୀରୁ ମହମ୍ମଦ ମୁକିମ, କେନ୍ଦ୍ରାପଡାରୁ ଗଣେସ୍ୱର ବେହେରା, ରାଜନଗରରୁ ଅଂଶୁମାନ ମହାନ୍ତି, ସାଲେପୁରରୁ ପ୍ରକାଶ ବେହେରା, ନବରଙ୍ଗପୁର ଲୋକସଭାରୁ ପ୍ରଦୀପ ମାଝୀ, କଳାହାଣ୍ଡି ଲୋକସଭାରୁ ଭକ୍ତ ଚରଣ ଦାସ, କୋରାପୁଟ ଲୋକସଭାରୁ ମେରି ସୁରିନ, ସୁନ୍ଦରଗଡ ଲୋକସଭାରୁ ଜର୍ଜ ତିର୍କୀ, ବାଲେଶ୍ୱର ଲୋକସଭାରୁ ଦେବଜ୍ୟୋତି ପଟ୍ଟନାୟକ, ଭଦ୍ରକ ଲୋକସଭାରୁ ଅନନ୍ତ ସେଠି, ପୁରୀ ଲୋକସଭାରୁ ସୁଚରିତା ମହାନ୍ତି, କଟକ ଲୋକସଭାରୁ ପଞ୍ଚାନନ କାନୋନଗ, ଜଗତସିଂହପୁର ଲୋକସଭାରୁ ବିଭୁ ପ୍ରସାଦ ତରାଇ, ଢେଙ୍କାନାଳରୁ କାମାକ୍ଷା ପ୍ରସାଦ ସିଂଦେଓ, ବରଗଡ଼ରୁ ସଞ୍ଜୟ ଭୋଇ , ସମ୍ବଲପୁରରୁ ଅମରନାଥ ପ୍ରଧାନ, ବଲାଙ୍ଗୀରରୁ ସମରେନ୍ଦ୍ର ମିଶ୍ର ଙ୍କ ନାମ ଚୁଡାନ୍ତ ହୋଇସାରିଛି ।

ପିସିସି ସଭାପତି ଏବଂ ତାଙ୍କ ପୁତ୍ର ଦେବଜ୍ୟୋତି କଂଗ୍ରେସର ଜିତିବା ପ୍ରାର୍ଥୀ ଅପେକ୍ଷା ଭବିଷ୍ୟତରେ ତାଙ୍କ ପରିବାର ସହ ଯେପରି କଂଗ୍ରେସ ସଙ୍ଗଠନ ରହିବ ଓ ତାଙ୍କୁ ରାଜନୀତିରେ ସୁବିଧା ହେବ ସେହି ଅନୁଯାୟୀ ଟିକେଟ ଦିଆଯାଇଛି । କେତେକଟି ସ୍ଥାନରେ ନେତାଙ୍କର ଟାଣପଣ ଥିବାରୁ ସେସ୍ଥାନରେ ହାତ ମରାଯାଇନାହିଁ । ଯେମିତିକି ଚିରଞ୍ଜୀବ ବିଶ୍ୱାଳ, ପ୍ରସାଦ ହରିଚନ୍ଦନ, ଜିତିଥିବା କେତେଜଣ ବିଧାୟକ, ଜୟପୁରର ତାରାପ୍ରସାଦ ବାହିନୀପତି ଏମାନକୁ ବାଦ ଦେଲେ ପୁରୀ, ନୟାଗଡ଼, ରଣପୁର, ପିପିଲି ଇତ୍ୟାଦି କେତେକ ସ୍ଥାନରେ ଅନ୍ୟ ଦଳ ସହିତ ସମ୍ପର୍କକୁ ଗୁରୁତ୍ୱ ଦିଆଯାଇଛି । ନିଜର ସମ୍ପର୍କ ବଞ୍ଚାଇବା ପାଇଁ ଟିକେଟ ଦିଆଯାଇଛି । ଏଣୁକରି ବୁଧବାର ଦିନ ଗୋଟିଏ ରେ ବସୁଥିବା ବୈଠକ ଔପଚାରିକତା ମାତ୍ର ରହିଯାଇଛି । ଏହି ବୈଠକରେ କୌଣସି ବ୍ୟକ୍ତି କିଛି କହିବେନାହିଁ କେବଳ ଯାହାହୋଇଥିବା ସେଥିରେ ହଁ ମାରିବାକୁ ପଡିବ ।

ମଝିରେ ତ କଥା ଉଠୁଥିଲା ଯେ କେଉଁ ସ୍ଥାନରେ କିଏ ଅଛନ୍ତି ତାର ୩ଜଣିଆ ଏକ ‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ କରାଯିବ । ଯେଉଁ ସ୍ତମ୍ଭରେ ଅଧିକ ପିଇସି ମେମ୍ବର ଠିକ ମାରିବେ ତାକୁହିଁ ପ୍ରାର୍ଥୀ ଟିକେଟ ଦିଆଯିବ । ଅର୍ଥାତ ଆଗୁଆ ପିଇସିରେ ଜଣାଇ ଦିଆଯିବ କେଉଁ କେଉଁ ପ୍ରାର୍ଥୀ ଙ୍କୁ ଭୋଟ କରାଯିବ । କିନ୍ତୁ ଏ ଫର୍ମୁଲା ଯେ ଲାଗୁ ହେବ ତାହା ଲାଗୁନାହିଁ । କାରଣ ଏଥି ନେଇ ପୂର୍ବରୁ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇ ସାରିଛି । ସେହିଭଳି ଆଉ ଏକ କଥା ହେଉଛି ପିଇସିରେ କୌଣସି କମିଟି ଗଠନ ପରେ ୪/୫ ଜଣ ନେତାଙ୍କୁ ପରବର୍ତ୍ତୀ ସମୟରେ ଆମନ୍ତ୍ରଣ ବା ଯୋଡ଼ାଯାଇଥିଲା । ଯାହାକୁ ନିରଞ୍ଜନ ପଟ୍ଟନାୟକ ନିଜ ଇଚ୍ଛା ମୁତାବକ ଡାକିପାରିବେ । ସେମାନେ ହେଉଛନ୍ତି ଶ୍ରୀକାନ୍ତ ଜେନା, ଜୟଦେବ ଜେନା, ଶରତ ରାଉତ ଏବଂ କାଂନହୁ ଚରଣ ଲେଙ୍କା । ଶ୍ରୀକାନ୍ତ ଜେନା ଦଳରୁ ବାହାରେ । ଆଉ ରହିଲେ ତିନିଜଣ, କିନ୍ତୁ ସେମାନଙ୍କୁ ପିଇସିକୁ ନିମନ୍ତ୍ରଣ କରାଯାଇଛି ନା ନାହିଁ ତାହା ଏକ ବିରାଟ ପ୍ରଶ୍ନବାଚି । ଓଡ଼ିଶା ଫାଷ୍ଟ କୁ ମିଳିଥିବା କିଛି ଖବର ଅନୁସାରେ ପିଇସି ମେମ୍ବରଙ୍କୁ କରାଯାଇଥିବା ମେଲ ରେ ଜୟଦେବ ଜେନା, ଶରତ ରାଉତ ଏବଂ କାଂନହୁ ଚରଣ ଲେଙ୍କା ଙ୍କ ନାଁ ନଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଜୟଦେବ ଜେନାଙ୍କୁ ଏଥିରେ ଯୋଡ଼ାଯାଇଥିଲା । ଦେଖଯାଉ ସେ ଏହି ବୈଠକରେ ଯୋଗଦେଉଛନ୍ତି ନା ନାହିଁ । ସେ ନିଜ ପୁତ୍ର ସଂଗ୍ରାମର ଭବିଷ୍ୟତ ପାଇଁ ନିରଞ୍ଜନଙ୍କ ସହ କମ୍ପ୍ରମାଇଜ କରୁଛନ୍ତି । ତେଣୁକରି ଆଜିର ଜୟଦେବ ଜେନା, ଭାରତ ରାଉତ ପିଇସି କାହାପାଇଁ କେତେ ଗୁରୁତ୍ୱପୂର୍ଣ୍ଣ ତାହା ସନ୍ଧ୍ୟା ୫ସୁଦ୍ଧା ସ୍ପଷ୍ଟ ହୋଇଯିବ ।

Leave A Reply

Your email address will not be published.