ମୋଦିଙ୍କ ଏଜୁକେଶନାଲ କ୍ୱାଲିଫିକେଶନକୁ ନେଇ ପ୍ରଶ୍ନ ଉଠାଇଲା କଂଗ୍ରେସ

0

ଓଡ଼ିଶାଫାଷ୍ଟ(ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଠପଢ଼ା ଡିଗ୍ରୀକୁ ନେଇ ପୁଣି ପ୍ରଶ୍ନ ଉଠାଇଛି କଂଗ୍ରେସ। ଗତକାଲି ଦିଲ୍ଲୀରେ ଆୟୋଜିତ ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମରେ ମୋଦି ପରୀକ୍ଷା ସମ୍ପର୍କରେ ୨ହଜାର ସ୍କୁଲ ଛାତ୍ରୀଛାତ୍ର, ଅଭିଭାବକ ଓ ଶିକ୍ଷୟିତ୍ରୀଶିକ୍ଷକମାନଙ୍କ ସହ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମ ପରେ ପରୀକ୍ଷାର୍ଥୀମାନେ ମୋଦିଙ୍କ ଉପଦେଶ ନ ମାନିବାକୁ ବରିଷ୍ଠ କଂଗ୍ରେସ ନେତା ଆନନ୍ଦ ଶର୍ମା କହିଛନ୍ତି । ମୋଦି ନିଜେ ପରୀକ୍ଷାରେ ଫେଲ ହୋଇଥିବା ବେଳେ ନିଜ ଏଜୁକେଶନାଲ କ୍ୱାଲିଫିକେଶନ ସମ୍ପର୍କରେ ମିଥ୍ୟ ତଥ୍ୟ ଦେଉଥିବାରୁ ସେ ପିଲାମାନଙ୍କୁ ପରୀକ୍ଷା ପାଇଁ କି ଉପଦେଶ ଦେବେ ବୋଲି କହିଛନ୍ତି ଆନନ୍ଦ ।

ସୂଚନା ଅନୁଯାୟୀ, ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ମୋଦିଙ୍କ ପାଠପଢ଼ା ଡିଗ୍ରୀକୁ ନେଇ ପ୍ରଶ୍ନ ଉଠାଇଥିଲେ । ତେବେ ମୋଦିଙ୍କ ଡିଗ୍ରୀ ସମ୍ପର୍କରେ ଜାଣିବା ନିମନ୍ତେ ବହୁ ଲୋକ ଆର୍‌ଟିଆଇ (ସୂଚନା ଅଧିକାର ଆଇନ) ଯୋଗେ ତଥ୍ୟ ମାଗିଥିଲେ ହେଁ ଗୁଜୁରାଟ ୟୁନିଭରସିଟି ଓ ପିଏମ୍‌ଓ ଅଫିସ୍‌ ତରଫରୁ କୌଣିସି ସୂଚନା ଦିଆଯାଇ ନଥିଲା ।

Leave A Reply

Your email address will not be published.