କୁନ୍ଦୁଲି ପିଡିତା ଲାଗି କଂଗ୍ରେସର ଆନ୍ଦୋଳନ ଜାରି ରହିବ

0

ଓଡ଼ିଶା ଫାଷ୍ଟ (ବ୍ୟୁରୋ): କୁନ୍ଦୁଲି ପିଡିତାଙ୍କୁ ନ୍ୟାୟ ମିଳିବା ଯାଏ କଂଗ୍ରେସ ଆନ୍ଦୋଳନ ଜାରି ରଖିବ। କେବଳ ଭୁବନେଶ୍ୱର ନୁହଁ ବରଂ ରାଉରକେଲା, ସମ୍ବଲପୁର, ବାଲେଶ୍ବର, ବ୍ରହ୍ମପୁର ଓ କଟକରେ ଆନ୍ଦୋଳନକୁ ତୀଵ୍ର କରାଯିବ ବୋଲି ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ କହିଛନ୍ତି।
ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଘଟଣାର ଏସଆଇଟି ତଦନ୍ତ କରିବାକୁ କହିଛନ୍ତି, ହେଲେ ଆଜି ଯାଏ କେଉଁ ଅଫିସର ଏହାର ଦାଇତ୍ୱ ନେବେ ତାହା ଚୂଡାନ୍ତ କରିନାହାନ୍ତି। ସେହିପରି ନ୍ୟାୟିକ ତଦନ୍ତ ମଧ୍ୟ୍ ଆରମ୍ଭ ହୋଇନି। ଘଟଣାରେ ପୋଲିସ ମୁଖିଆ ଅଭିଯୁକ୍ତ ଥିବାରୁ ମୁଖ୍ୟମନ୍ତ୍ରୀ ଜାଣିଶୁଣି ମାମଲା କୁ ହାଲକା କରିବାକୁ ସମୟ ଗଡାଉ ଛନ୍ତି। ତେଣୁ କଂଗ୍ରେସ ଏହା ବିରୁଦ୍ଧରେ ଆନ୍ଦୋଳନ ଜାରି ରଖିବ।

Sikshaya
Leave A Reply

Your email address will not be published.