ଦେଶରେ ଆତଙ୍କବାଦକୁ ପ୍ରଶ୍ରୟ ଦେଉଛି କଂଗ୍ରେସ: ଭାଜପା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୁଲ୍‌ଓ୍ବାମା ଆତଙ୍କବାଦୀ ହାମଲାକୁ ନେଇ ଏବେ ଆରମ୍ଭ ହେଇଛି ରାଜନୀତି । ଉଭୟ ଭାଜପା ଓ କଂଗ୍ରେସ ପରସ୍ପରକୁ ଆରୋପ ପ୍ରତ୍ୟାରୋପ ଲଗାଇବାରେ ବ୍ୟସ୍ତ । ଗତକାଲି ଏହି ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଂଗ୍ରେସ ଟାର୍ଗେଟ କରିଥିଲା । ଘଟଣା ଦିନ ମୋଦି ଫିଲ୍ମ ଶୁଟିଂରେ ବ୍ୟସ୍ତ ଥିଲେ ବୋଲି କଂଗ୍ରେସ ଅଭିଯୋଗ ଆଣିବା ପରେ ଆଜି ଏହାର କଡ଼ା ଜବାବ ଦେଇଛନ୍ତି ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହା । ଆନ୍ଧ୍ରପ୍ରଦେଶର ରାଜମୁନ୍ଦରୀଠାରେ ଅୟୋଜିତ ଏକ ସମ୍ମିଳନୀରେ ଯୋଗଦେଇ ଶହା କହିଛନ୍ତି, ଆତଙ୍କବାଦ ଦମନ ପାଇଁ ପ୍ରଧାନମନ୍ତ୍ରୀ ଜିରୋ ଟଲେରାନ୍ସ ନୀତି ଆପଣେଇଛନ୍ତି । ଦେଶରେ କୌଣସିବି ସ୍ଥିତିରେ ଆତଙ୍କବାଦକୁ ପ୍ରଶ୍ରୟ ଦିଆଯିବ ନାହିଁ ବୋଲି କେନ୍ଦ୍ର ସରକାର ଉଦ୍ୟମ ଚଳାଇଥିବା ବେଳେ ରାଜନୈତିକ ଫାଇଦା ହାସଲ ପାଇଁ କଂଗ୍ରେସ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣିଛି ବୋଲି ସେ କହିଛନ୍ତି । ସେ ସିଦ୍ଧୁଙ୍କୁ ମଧ୍ୟ ଟାର୍ଗେଟ କରିଥିବା ବେଳେ କଂଗ୍ରେସ ଆତଙ୍କବାଦକୁ ପ୍ରଶ୍ରୟ ଦେଉଛି ବୋଲି କହିଛନ୍ତି ।

ଅପରପକ୍ଷରେ ସିଦ୍ଧୁଙ୍କୁ ଦେଶବ୍ୟାପୀ ଟ୍ରଲ କରାଯିବାକୁ ନେଇ ସେ ପ୍ରଧାନମନ୍ତ୍ରୀଙ୍କୁ ଦାୟୀ କରିଛନ୍ତି । ମୋଦିଙ୍କ ଭଡ଼ାଟିଆ ଟ୍ରଲକୁ ମୁଁ ଡରେ ନାହିଁ ବୋଲି ସିଦ୍ଧୁ କହିଛନ୍ତି ।

Leave A Reply

Your email address will not be published.