ଅକ୍ଟୋବର ୧୭ରେ କଂଗ୍ରେସ ସଭାପତି ନିର୍ବାଚନ

0

ଅକ୍ଟୋବର ୧୭ରେ ଅନୁଷ୍ଠିତ ହେବ କଂଗ୍ରେସ ସଭାପତି ନିର୍ବାଚନ ହେବ । ଅକ୍ଟୋବର ୧୯ରେ ଆସିବ ଫଳାଫଳ । ସେହିପରି ସେପ୍ଟେମ୍ବର ୨୪ ରୁ ୩୦ ନାମାଙ୍କନ ହେବ । ଆଜି ବସିଥିବା ସିଡବ୍ଲୁସି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

ସେପଟେ ଭେଟେରାନ ନେତା ଗୁଲାମ ନବୀ ଆଜାଦଙ୍କ ଦଳରୁ ଇସ୍ତଫା ଏବଂ ଦଳୀୟ ନେତୃତ୍ବଙ୍କୁ ସମାଲୋଚନା ପରିପ୍ରେକ୍ଷୀରେ ଏହା ଗୁରୁତ୍ବପୂର୍ଣ୍ଣ । ଆଜାଦ ଦଳ ସହିତ ପାଞ୍ଚ ଦଶନ୍ଧିର ସମ୍ପର୍କ ଛିନ୍ନ କରି ଇସ୍ତଫା ଦେବା ସହ ରାହୁଲ ଗାନ୍ଧୀଙ୍କୁ ଦଳର ପରାମର୍ଶଦାତା ବ୍ୟବସ୍ଥା ଭାଙ୍ଗିବା ପାଇଁ ତୀବ୍ର ସମାଲୋଚନା କରିଥିଲେ । କପିଲ ସିବଲ ଏବଂ ଅଶ୍ବନୀ କୁମାରଙ୍କ ସମେତ ଅନେକ ହାଇ ପ୍ରୋଫାଇଲ ନେତାଙ୍କ ଇସ୍ତଫା ପରେ କଂଗ୍ରେସ ପାଇଁ ଏକ ବିରାଟ ଝଟକା ହୋଇଛି ।

ସେପଟେ ଗୁଲାମନବୀ ଆଜାଦଙ୍କ ଇସ୍ତଫା ଦେବା ପରେ ଜି ୨୩ ନେତାଙ୍କ ସହ ଏକ ବୈଠକ କରିଥିଲେ । ବର୍ତ୍ତମାନ କଂଗ୍ରେସ ନେତୃତ୍ୱକୁ ନେଇ ଅସନ୍ତୁଷ୍ଟ ଥିବା ବରିଷ୍ଠ ନେତାଙ୍କୁ ନେଇ ଜି ୨୩ । ଏହି ଗୋଷ୍ଠୀରେ ରହିଥିଲେ କଂଗ୍ରେସର ବରିଷ୍ଠ ନେତା ତଥା ସଦ୍ୟ ଦଳ ଛାଡିଥିବା ଗୁଲାମନବୀ ଆଜାଦ । ତେଣୁ ଦଳର ଏପରି କଠିନ ସମୟରେ ନିର୍ବାଚନ ଅକ୍ଟୋବର ୧୭ରେ କରିବାକୁ ନିଷ୍ପତ୍ତି ନିଆଯାଇଛି ।

SOA post below
Leave a comment