ବଦଳିବେ କି କନଷ୍ଟେବଳ ଓ ହାବିଲଦାର ?

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନିର୍ବଚନ କମିଶନଙ୍କ ନିୟମ ଅନୁଯାୟୀ ପୋଲିସ ମହଲରେ ବଦଳି ପକ୍ରିୟା ଜୋରଦାର ଚାଲିଛି । ଏସପିଙ୍କ ଠାରୁ ଆରମ୍ଭ କରି ଏଏସଆଇ ପର୍ଯ୍ୟନ୍ତ ସବୁସ୍ତରରେ ବଦଳି କରାଯାଉଛି । ଏପରି କି କୌଣସି ଅଫିସରଙ୍କୁ ଅଫିସରେ ମଧ୍ୟ ରଖାଯାଇ ନାହିଁ । ହେଲେ କମିଶନରେଟରେ କାର୍ଯ୍ୟରତ ହାବିଲଦାର ଓ କନଷ୍ଟେବଳ ସ୍ତରରେ ଅଦଳବଦଳ କରାଗଲା ନାହିଁ । ଆଉମାତ୍ର କେଇଟାଦିନ ପରେ ନିର୍ବାଚନ ଆଚରଣବିଧି ଲାଗୁ ହେବାକୁ ବାକି ଥିବା ବେଳେ ଏମାନଙ୍କ ବଦଳି ହେବେ କି ନାହିଁ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି।

ନିର୍ବାଚନ ଲାଗି ଚଳିତମାସ ପ୍ରଥମ ସପ୍ତାହରୁ ନିୟମିତ ଭାବେ ବଦଳି ପ୍ରକିୟା ଜାରି ରହିଛି । ବିଶେଷ କରି କମିଶନରେଟରେ ୧୫ରୁ ଅଧିକ ଅତିରିକ୍ତ ଡିସିପି, ୨୩ରୁ ଅଧିକ ଏସିପି ଓ ୩୦ରୁ ଅଧିକ ଇନ୍ସପେକ୍ଟରଙ୍କୁ ଅଦଳବଦଳ କରାଯାଇଛି । ସେହିପରି ସବ-ଇନ୍ସପେକ୍ଟର ଓ ଏଏସଆଇ ସ୍ତରରେ ମଧ୍ୟ ବ୍ୟାପକ ଅଦଳବଦଳ କରାଯାଇଛି । ହେଲେ ଦୀର୍ଘଦିନ ଧରି ଗାଦିମାଡି ବସିଥିବା ହାବିଲଦାର ଓ କନଷ୍ଟେବଳ ସ୍ତରରେ ଅଦଳବଦଳ କରାଯାଇନାହିଁ । ତଥ୍ୟ ଅନୁସାରେ ଭୁବନେଶ୍ୱରରେ ପାଖାପାଖି ୧୨୦ଜଣ କନଷ୍ଟେବଳ ଓ ହାବିଲଦାର ୫ବର୍ଷରୁ ଅଧିକ ବର୍ଷ ହେବ ଗୋଟିଏ ସ୍ଥାନରେ କାର୍ଯ୍ୟ କରୁଛନ୍ତି । ଏପରିକି ବଦଳି ଅର୍ଡର ହେଉଥିଲେ ମଧ୍ୟ ସେମାନେ ଜାଗା ଛାଡୁ ନାହାନ୍ତି । ଗୋଟିଏ ଜାଗାରେ ଗାଦି ମାଡି ବସି ସ୍ୱାର୍ଥ ହାସଲ କରିବାରେ ଲାଗିଛନ୍ତି । ତେଣୁ ଏମାନଙ୍କୁ ମଧ୍ୟ ତୁରନ୍ତ ବଦଳି କରିବାକୁ ବିଭିନ୍ନ ମହଲରୁ ଦାବି ହେଉଛି ।

Leave A Reply

Your email address will not be published.