ମୁରବି ବିହୀନ ବିଜେଡ଼ି ଯୁବ ଥଇଥାନ ତାଲିକା, କର୍ମୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ, ଦଳ ଛାଡିବାକୁ ନିଷ୍ପତ୍ତି !

0

ଓଡ଼ିଶା ଫାଷ୍ଟ(ଜିତେନ୍ଦ୍ର ମହାନ୍ତି): ଅନଭିଜ୍ଞଙ୍କୁ ମିଳିଲା ଚୟନ ଦାୟିତ୍ୱ । ଛିଣ୍ଡିଲାନି ଅଙ୍କ କି ହୋଇପାରିଲାନି ଯୁବ ସଭାପତି ଚୟନ । ତେଜିଲା ଅସନ୍ତୋଷ । ନିରାଶ ଓ ଅଣଦେଖା କର୍ମୀ ଦଳ ଛାଡିବାକୁ ନେଉଛନ୍ତି ନିଷ୍ପତ୍ତି । ଯୁବ ନେତା ମାନଙ୍କର ଅଭିଯୋଗ କି ଯୁବ ବିଭାଗ ଦାୟିତ୍ୱରେ ଥିବା ସଧାରଣ ସମ୍ପାଦକ ତଥା ବିଧାୟକ ପ୍ରଣବ ବଲବନ୍ତ ରାୟ, ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ଏବଂ ସମ୍ପାଦକ ଅମରେଶ ପତ୍ରିଙ୍କ ସୁ-ସମ୍ପର୍କ ପିଲାଙ୍କୁ ମିଳିଛି ବିଜୁ ଯୁବ ଜନତା ଦଳର ଗୁରୁତ୍ୱପୂର୍ଣ୍ଣ ପଦବୀ । ବିଜେଡି ଛାତ୍ର ସଭାପତି ରଣା ପ୍ରତାପ ପାତ୍ରଙ୍କ ପଦରେ ଅବନତି ଘଟିଥିବାରୁ ସେ ଦଳ ଛାଡିବାକୁ ନିଷ୍ପତ୍ତି ନେଇଥିବା ତାଙ୍କ ସମର୍ଥକ ପ୍ରକାଶ କରିଛନ୍ତି ।

ସୂଚନା ଅନୁଯାୟୀ, ଗତକାଲି ବିଜେଡ଼ି ଯୁବ ଉପସଭାପତି ଭାବେ ୧୦ଜଣ, ସାଧାରଣ ସମ୍ପାଦକ ଭାବେ ୨୮ଜଣ, ସମ୍ପାଦକ ପଦବୀରେ ୩୫ଜଣ ଓ ଯୁଗ୍ମ ସମ୍ପାଦକ ଭାବେ ୨୫ଜଣଙ୍କୁ ଅବସ୍ଥାପିତ କରାଯାଇଛି । ସେହିପରି ୩୩ଟି ସାଂଗଠନିକ ଜିଲ୍ଲାରେ ସଭାପତି ଏବଂ ୬ ଜୋନ ସଭାପତି ଏବଂ ଜଣେ ଜିଲ୍ଲା କାର୍ଯ୍ୟକାରୀ ସଭାପତିଭାବେ ନିଯୁକ୍ତି ଦିଆଯାଇଛି । ଏହି ତାଲିକା ପ୍ରସ୍ତୁତ କରିଛନ୍ତି ଯୁବ ବ୍ୟାପାର ଦାୟିତ୍ୱରେ ଥିବା ଦଳର ସାଧାରଣ ସମ୍ପାଦକ ତଥା ବିବାଦୀୟ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ । ଏଥିରେ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅନୁମୋଦନ ରହିଛି । ନୂଆ ଟିମରେ ବରିଷ୍ଠ ନେତାଙ୍କୁ ଅଣଦେଖା କରାଯାଇଛି ଏବଂ କିଛି ନେତାଙ୍କୁ କନିଷ୍ଠ ପଦବୀ ପ୍ରଦାନ କରଯାଇଛି । ସେହିପରି ଅନଭିଜ୍ଞ ନେତା ଓ ସୁନ୍ଦରୀ ଯୁବତୀଙ୍କୁ ବରିଷ୍ଠ ପଦ ପ୍ରଦାନ କରାଯିବା ନେଇ ଅଭିଯୋଗ ଆସୁଛି । ଯାହାକି ଅସନ୍ତୋଷର ମୁଖ୍ୟ କାରଣ ପାଲଟିଛି ।

ଅପରପକ୍ଷରେ ବାଲେଶ୍ୱର ଓ ଜଗତସିଂହପୁର ଜିଲ୍ଲାରେ କାହାରିକୁ ସଭାପତି ପଦ ମିଳିନି । ପ୍ରଥମଥର ପାଇଁ ଯୁବ ବିଜେଡି ପକ୍ଷରୁ କଟକକୁ ଦୁଇଟି ସାଂଗଠନିକ ଜିଲ୍ଲାରେ ବିଭକ୍ତ କରି କଟକ ସହରରେ ମନଜିତ୍ ଦାସ ଓ କଟକରେ ସ୍ମୃତିରଞ୍ଜନ ନାୟକଙ୍କୁ ସଭାପତି କରାଯାଇଛି । ସେହିପରି କଟକ ସହରର ଯୁବ ବିଜେଡି କାର୍ଯ୍ୟକାରୀ ସଭାପତି ଭାବେ ସିଦ୍ଧାର୍ଥ ରାୟଙ୍କୁ ଅବସ୍ଥାପିତ କରାଯାଇଛି ।

Sikhsya
Barta

Leave A Reply

Your email address will not be published.