ଆଜି ସର୍ବାଧିକ ୬୦୯ଜଣ କରୋନା ଆକ୍ରାନ୍ତ ସୁସ୍ଥ, ୯୮୬୪ରେ ପହଞ୍ଚିଲା ସୁସ୍ଥ ସଂଖ୍ୟା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ରାଜ୍ୟର ୨୧ଟି ଜିଲ୍ଲାରୁ ରେକର୍ଡ ସଂଖ୍ୟକ ୬୦୯ଜଣ କରୋନା ରୋଗୀ ସୁସ୍ଥ ହୋଇଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍ କରାଯାଇଛି। ନୂଆ ୬୦୯ଜଣ ସୁସ୍ଥଙ୍କୁ ମିଶାଇଲେ ଏଯାବତ ସୁସ୍ଥ ସଂଖ୍ୟା ୯୮୬୪ରେ ପହଞ୍ଚି ଯାଇଛି। ଆଜି ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୬୮ଜଣ ସୁସ୍ଥ ହୋଇଛନ୍ତି। ପ୍ରତିଦିନ କରୋନା ଆକ୍ରାନ୍ତ ସୁସ୍ଥ ହେବାର ଖବର ଆସିଥାଏ। କିନ୍ତୁ ଆଜି ରେକର୍ଡ ସଂଖ୍ୟାରେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରାଯାଇଛି। ତେବେ ଗଞ୍ଜାମ ସହିତ ସୁନ୍ଦରଗଡ଼ରୁ ୧୩୫ଜଣ, ଖୋର୍ଦ୍ଧାରୁ ୩୭ଜଣ, କଟକରୁ ୩୨ଜଣ, ବାଲେଶ୍ୱରରୁ ୨୫ଜଣ, କେନ୍ଦୁଝରରୁ ୨୩ଜଣ, ମୟୁରଭଞ୍ଜରୁ ୧୮ଜଣ, ଭଦ୍ରକରୁ ୧୨ଜଣ, ପୁରୀରୁ ୧୨ଜଣ, ସମ୍ବଲପୁରରରୁ ୮ଜଣ, ବରଗଡ଼ ଓ ଜଗତସିଂହପୁରରୁ ୭ଜଣ ଲେଖାଏଁ, ଯାଜପୁରରୁ ୬ଜଣ, ଝାରସୁଗୁଡ଼ା ଓ କେନ୍ଦ୍ରାପଡ଼ାରୁ ୪ଜଣ ଲେଖାଏଁ, ବଲାଙ୍ଗୀରରୁ ୩ଜଣ, କୋରାପୁଟ, ନବରଙ୍ଗପୁର ଓ ରାୟଗଡ଼ାରୁ ୨ଜଣ ଲେଖାଏଁ ଏବଂ ଗଜପତି ଓ ନୟାଗଡ଼ରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

SOA

Leave A Reply

Your email address will not be published.