ଭୁବନେଶ୍ଵରରୁ ପୁଣି ୧୬ କରୋନା ଆକ୍ରାନ୍ତ ଚିହ୍ନଟ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ରାଜଧାନୀରେ ଶୁକ୍ରବାର ୧୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ମିଳିଛି। ଚିହ୍ନଟ ହୋଇଥିବା ୧୬ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ୨ଜଣ ଘରେ ସଙ୍ଗରୋଧରେ ରହିଥିବା ବେଳେ ୧୪ଟି ସ୍ଥାନୀୟ ମାମଲା ରହିଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇଲେ ରାଜଧାନୀରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୭୪ରେ ପହଞ୍ଚିଥିବା ବେଳେ ଏଥିରେ ୧୩୮ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। କରୋନାରେ ଆକ୍ରାନ୍ତ ହୋଇ ୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୩୨ଟି ସକ୍ରିୟ ମାମଲା ରହିଛି।

କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ୩୫ବର୍ଷୀୟ ବ୍ୟକ୍ତି ଜଣକ ଯଦୁପୁର ବେଗୁନିଆ ଅଞ୍ଚଳରେ ଘରେ ସଙ୍ଗରୋଧରେ ରହିଥିଲେ। ସେ କିଛିଦିନ ତଳେ କୋଲକାତାରୁ ଫେରିଥିଲେ। ସେହିପରି ଚିହ୍ନଟ ହୋଇଥିବା ମହିଳା କରୋନା ଆକ୍ରାନ୍ତ ଜଣକ କିଛିଦିନ ତଳେ ବିଜୟଓ୍ଵାଡାରୁ ଫେରି ୟୁନିଟ୍‌-୮, ଡେଲଟା କୋଲାନିରେ ଘରେ ସଙ୍ଗରୋଧରେ ରହିଥିଲେ।

କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ୧୪ଟି ସ୍ଥାନୀୟ ମାମଲା ମଧ୍ୟରୁ ସୁନ୍ଦରପଦାସ୍ଥିତ ଅଭିରାମ ବସ୍ତିରୁ ଜଣେ ୫୦ବର୍ଷୀୟ ମହିଳା, ଓଲଡଟାଉନ୍‌ ମହତାବ ରୋଡ ଅଞ୍ଚଳରୁ ଜଣେ ୬୧ବର୍ଷୀୟ ପୁରୁଷ, ଘରୋଇ ହସ୍‌ପିଟାଲର ୯ଜଣ କର୍ମଚାରୀ, ବରମୁଣ୍ଡା ବିଡିଏ କଲୋନିରୁ ଦୁଇଜଣ ପୁରୁଷ (ଏହି ଦୁଇଜଣ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ)ଓ ଝାରପଡ଼ା ଜେଲ ଅଞ୍ଚଳରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Leave A Reply

Your email address will not be published.