କଟକରୁ ଫେରିଥିଲେ ବୋଲି ଗାଁରେ ପୁରାଇଲେନି, ଯାତ୍ରୀ ଵିଶ୍ରାମଗାରରେ ରୋଗୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କଟକରୁ ଫେରିଥିଲେ ବୋଲି ଗ୍ରାମରେ ପୂରାଇ ଦେଉନାହାନ୍ତି ଲୋକେ। ଫଳରେ ଯାତ୍ରୀ ବିଶ୍ରାମଗାରରେ କଟୁଛି ରୋଗୀଙ୍କ ଜୀବନ। ତାଙ୍କ ସହ ପରିବାର ଲୋକ ମାନେ ମଧ୍ୟ ସେଠାରେ ପଡି ରହିଛନ୍ତି । ଏମିତି ଘଟଣା ଦେଖିବାକୁ ମିଳିଛି ରାୟଗଡ଼।ରେ।

ସୂଚନାଅନୁସାରେ, ଚିକିତ୍ସା ପାଇଁ କଟକ ଯାଇ ଫେରିବା ପରେ ଗ୍ରାମବାସୀ ଗାଁରେ ପ୍ରବେଶ କରିବା ପାଇଁ ବାରଣ କରିଛନ୍ତି । ରାୟଗଡା ବିଷମ କଟକ ବ୍ଲକ ନୂଆଗାଁରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗାଁର ସନ୍ଧ୍ୟାରାଓ ମିଣିଆକା ଚିକିତ୍ସା ପାଇଁ ରାୟଗଡା ମୁଖ୍ୟ ଚିକିତ୍ସାଳୟ ଯାଇଥିଲେ । ହେଲେ ବାଳକଟିକୁ ପ୍ରଥମେ ରାୟଗଡାରୁ କୋରାପୁଟ, ତାପରେ ବ୍ରହ୍ମପୁର ଓ ପରେ କଟକ ବଡ଼ ମେଡ଼ିକାଲକୁ ଚିକିତ୍ସା ପାଇଁ ନିଆ ଯାଇଥିଲା । ତେବେ କଟକରେ ବାଳକଟିର ଚିକିତ୍ସା ହୋଇନପାରିବାରୁ ତାଙ୍କୁ ଗତ କାଲି ନିଜ ଗାଁକୁ ଫେରାଇ ନିଆଯାଇଥିଲା । ହେଲେ ଫେରିବା ପରେ କରୋନା ଭୟରେ ତାଙ୍କୁ ଗାଁ ଭିତରକୁ ପ୍ରବେଶ କରିବାକ ଗ୍ରାମବାସୀ ବାରଣ କରିଥିଲେ । ସ୍ଥାନୀୟ ସରପଞ୍ଚଙ୍କ ବୁଝାସୁଝା କରିବା ପରେ ମଧ୍ୟ ଗ୍ରାମବାସୀ ବୁଝି ନଥିବା ଥିଲେ । ସେପଟେ ସ୍ଥାନୀୟ ବିଧାୟକ ତଥା ଆଦିବାସୀ କଲ୍ୟାଣ ବିଭାଗ ମନ୍ତ୍ରୀ ଜଗରନାଥ ସରକାଙ୍କ ଦୃଷ୍ଟି ଆକର୍ଷଣ କରି ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରି ପଦକ୍ଷେପ ନେବେ ବୋଲି ସେ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.