ଦିନକରେ ଚିହ୍ନଟ ହେଲେ ୧୩୨୦ ଆକ୍ରାନ୍ତ, ଗଞ୍ଜାମରେ ସ୍ଥିତି ଅସମ୍ଭାଳ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟରେ ଜିଲ୍ଲାରୁ ୧୩୨୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହି ନୂଆ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୮୮୭ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ୪୩୩ ଟି ହେଉଛି ଲୋକାଲ୍ କେସ୍‌।

ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା କିଛି ଦିନ ହେବ ୫୦୦ ଉପରେ ରହୁଛି। ଗତକାଲି ୭୦୦ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଚିହ୍ନଟ ହୋଇଛନ୍ତି ୫୬୦। ଏହା ତଳକୁ ରହିଛି ଖୋର୍ଦ୍ଧା। ଖୋର୍ଦ୍ଧା ଜିଲ୍ଲାରୁ ୧୭୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗଜପତି ଓ ପୁରୀ ଜିଲ୍ଲାରୁ ୯୦ ଲେଖା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୪,୦୧୩ ରେ ପହଞ୍ଚିଯାଇଛି। ସେମାନଙ୍କ ମଧ୍ୟରୁ ୧୫,୨୦୦ ଜଣ ସୁସ୍ଥ ହୋଇସାରିଥିବା ବେଳେ ୮୬୫୦ ଜଣ ଚିକିତ୍ସାଧୀନ ଅଛନ୍ତି।

Leave A Reply

Your email address will not be published.