ଦେଶରେ ବଢି ଚାଲିଛି କରୋନା : ଗତ ୨୪ ଘଣ୍ଟାରେ ସଂକ୍ରମଣ ସଂଖ୍ୟା ୬, ୦୮୮

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଆଜି ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୧୧୮୪୪୭ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି। ଆକ୍ରାନ୍ତଙ୍କ ମଧ୍ୟରୁ ୪୮୫୩୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି । ବାକି ୩୫୮୩ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ।

ସ୍ୱାସ୍ଥ୍ୟମନ୍ତ୍ରାଳୟରୁ ପ୍ରାପ୍ତ ତଥ୍ୟ ଅନୁସାରେ ଆକ୍ରାନ୍ତଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ (୩୩), ଆନ୍ଧ୍ରପ୍ରଦେଶ (୨୬୪୭), ଅରୁଣାଚଳ ପ୍ରଦେଶ (୧), ଆସାମ (୨୦୩), ବିହାର (୧୯୮୨), ଚଣ୍ଡିଗଡ଼ (୨୧୭), ଛତିଶଗଡ଼ (୧୨୮), ଦାଦର ନଗର ହାୱେଲି ୧ ଜଣ, ଦିଲ୍ଲୀ (୧୧୬୫୯), ଗୋଆ (୫୨), ଗୁଜରାଟ (୧୨୯୦୫), ହରିୟାଣା (୧୦୩୧), ହିମାଚଳ ପ୍ରଦେଶ (୧୫୨), ଜମ୍ମୁ ଓ କଶ୍ମୀର (୧୪୪୯), ଝାଡ଼ଖଣ୍ଡ (୨୯୦) କର୍ଣ୍ଣାଟକ (୧୬୦୫), କେରଳ (୬୯୦), ଲଦାଖ (୪୪), ମଧ୍ୟପ୍ରଦେଶ (୫୯୮୧), ମହାରାଷ୍ଟ୍ର (୪୧୬୪୨), ମଣିପୁର (୨୫), ମେଘାଳୟ (୧୪), ମିଜୋରାମ (୧), ଓଡ଼ିଶା (୧୧୦୩), ପୁଦ୍ଦୁଚେରୀ (୨୦), ପଞ୍ଜାବ (୨୦୨୮), ରାଜସ୍ଥାନ (୬୨୨୭), ତାମିଲନାଡୁ (୧୩୯୬୭), ତେଲେଙ୍ଗାନା (୧୬୯୯), ତ୍ରିପୁରା (୧୭୩), ଉତ୍ତରାଖଣ୍ଡ (୧୪୬), ଉତ୍ତରପ୍ରଦେଶ (୫୫୧୫) ଓ ପଶ୍ଚିମବଙ୍ଗ (୩୧୯୭) ।

Leave A Reply

Your email address will not be published.