ଚର୍ଚ୍ଚରୁ ସାରା ଦେଶରେ ବ୍ୟାପିଲା କରୋନା : ରେଡ୍ ଆଲର୍ଟ ଜାରି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଦକ୍ଷିଣ କୋରିଆରେ କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଉଥିବାରୁ ସାରା ଦେଶରେ ରେଡ ଆଲର୍ଟ ଜାରି କରାଯାଇଛି। ଏକ ଚର୍ଚ୍ଚରୁ ସଂକ୍ରମଣ ଆରମ୍ଭ ହୋଇ ଦକ୍ଷିଣ କୋରିଆର ୧୭ ପ୍ରାନ୍ତରେ ବ୍ୟାପି ସାରିଛି। ଚର୍ଚ୍ଚରୁ ବ୍ୟାପିଥିବା ସଂକ୍ରମଣ ସଂଖ୍ୟା ୩୧୯ ରେ ପହଞ୍ଚିଛି। ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ମୁଖ୍ୟ କାର୍ଯ୍ୟାଳୟରୁ ଏହି ସୂଚନା ମିଳିଛି। ଚର୍ଚ୍ଚକୁ ଯାଇଥିବା ଅଧିକାଂଶ ଲୋକ ସଂକ୍ରମଣର ଶିକାର ହୋଇଛନ୍ତି। ଏହି ଲୋକମାନଙ୍କ ବିଶ୍ୱାସ ଚର୍ଚ୍ଚ ବନ୍ଦ କରିବାକୁ ଏହା ଏକ ଷଡଯନ୍ତ୍ର । ସଂକ୍ରମିତଙ୍କ ମଧ୍ୟରୁ ଅନେକ ଲୋକ ଲୁଚି ଯାଇଛନ୍ତି କିମ୍ବା ଦେଶର ବିଭିନ୍ନ ସ୍ଥାନକୁ ଚାଲି ଯାଇଛନ୍ତି। ସଂକ୍ରମିତଙ୍କ ମଧ୍ୟରେ ଅଧିକାଂଶ ୨୦ ରୁ ୩୦ ବର୍ଷ ବୟସର ଯୁବକ ଯୁବତୀ ଅଛନ୍ତି।

Leave A Reply

Your email address will not be published.