କରୋନା ମୁକାବିଲା ପାଇଁ ଔଷଧ ବାହାର କଲେ ବେଙ୍ଗାଲୁରୁ ଡାକ୍ତର, ସରକାର ଙ୍କ ଅନୁମତି କୁ ଅପେକ୍ଷା !

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଶ୍ୱରେ କରୋନା ଭାଇରସ ସଂକ୍ରମଣ ବଢୁଥିବା ବେଳେ ଭାରତରେ ପ୍ରତିଦିନି କରୋନା ସଂକ୍ରମଣ ରୋଗୀଙ୍କ ସଂଖ୍ୟା ବଢୁଛି। ଔଷଧ ବାହାର କରିବା ପାଇଁ ମଧ୍ୟ ଗବେଷଣା ଜାରି ରହିଛି । ଏହାରି ମଧ୍ୟରେ ବେଙ୍ଗାଲୁରୁର ଜଣେ ଡାକ୍ତର କରୋନା ଭାଇରସ ମୁକାବିଲା ପାଇଁ ଔଷଧ ବାହାର କରିଥିବା ନେଇ ଦାବି ଜଣାଯାଇଛନ୍ତି । ଏସି ସହିତ ସେ ସରକାରଙ୍କୁ ଅନୁମତି ମଧ୍ୟ ମାଗିଛନ୍ତି ।
ଜାତୀୟ ଗଣମାଧ୍ୟମରରେ ପ୍ରକାଶିତ ଖବର ଅନୁସାରେ ବେଙ୍ଗାଲୁରୁର ଅଙ୍କୋଲାଜୀ ଡାକ୍ତର ବିଶାଲ ରାଓଙ୍କ ଅନୁସାରେ ସେ କିଛି ଔଷଧକୁ ମିଶାଇ ଏକ ନୂଆଁ ଔଷଧ ପ୍ରସ୍ତୁତ କରିଛନ୍ତି । ସେ କହିଛନ୍ତି, ସାଇଟୋକାଇନିଜ ସହାୟତାରେ ଏକ ମିଶ୍ରଣ ପ୍ରସ୍ତୁତ କରାଯାଇପାରିବ । ଏହାକୁ ରୋଗୀଙ୍କୁ ଦିଆଯାଇପାରିବ । ଏହା ଦ୍ୱାରା ରୋଗୀର ଇମ୍ୟୁନିଟି ସିଷ୍ଟମକୁ ଅଧିକ ସକ୍ରିୟ ରଖିବ । ଏବେ ଏହା ପ୍ରାରମ୍ଭିକ ସ୍ଥିତିରେ ଅଛି । ଆମେ ସରକାରଙ୍କୁ ଅନୁମତି ମାଗୁଛୁ ।

ଡା. ବିଶାଲ କହିଛନ୍ତି, ପରୀକ୍ଷାପାଇଁ ଆମେ ସରକାରଙ୍କ ନିକଟରେ ଆବେଦନ କରିଛୁ । ମଣିଷର ଶରୀରର କୋଶିକାଗୁଡ଼ିକରେ ଭାଇରସ ସହ ଲଢ଼ିବାର କ୍ଷମତା ହୋଇଥାଏ । କୋଶିକା ଗୁଡ଼ିକରେ ଇଣ୍ଟରଫେରନ ହୋଇଥାଏ, ଯାହାକି ଭାଇରସକୁ ମୁକାବିଲା କରିବାକୁ ସମର୍ଥ ଯୋଗାଇଥାଏ । ସେ କହିଛନ୍ତି, ଆମେ ଗବେଷଣାରୁ ଜାଣିବାକୁ ପାଇଛୁ ଯେ, ଏହି ଇଣ୍ଟରଫେରନ କରୋନା ଭାଇରସକୁ ମୁକାବିଲା କରିବାରେ ସହାୟକ ହେବ ।

Leave A Reply

Your email address will not be published.