ରାଷ୍ଟ୍ରପତି ଭବନରେ କରୋନା ପଜିଟିଭ, ୧୧ଜଣ କ୍ୱାରେଣ୍ଟାଇନରେ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଷ୍ଟ୍ରପତି ଭବନରେ ଜଣେ ମହିଳା କରୋ ନା ରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ରାଷ୍ଟ୍ରପତି ଭବନରେ କରୋନା ସଂକ୍ରମଣକୁ ନେଇ ହଇଚଇ ସୃଷ୍ଟି ହୋଇଛି ।

ସୂଚନାଯୋଗ୍ୟ, ରାଷ୍ଟ୍ରପତି ଭବନରେ ନିଜ ପରିବାର ସହିତ ରହୁଥିବା ଜଣେ ମହିଳା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାପରେ ପୁରା ରାଷ୍ଟ୍ରପତି ଭବନ ପରିସରରେ କରୋନା ସଂକ୍ରମଣକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହାରି ମଧ୍ୟରେ ବଡ଼ ଚିନ୍ତାର ବିଷୟ ହେଉଛି ଯେଉଁ ମହିଳା କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ସେହି ମହିଳାଙ୍କ ସ୍ୱାମୀ ରାଷ୍ଟ୍ରପତି ଭବନରେ କାର୍ଯ୍ୟରତ ଅଣ୍ଡର ସେକ୍ରେଟାରୀସ୍ତରର ଜଣେ ଆଇଏଏସ ଅଧିକାରୀଙ୍କ କାର୍ଯ୍ୟାଳୟରେ କାମ କରନ୍ତି ।

ଏହାକୁ ଦୃଷ୍ଟିରେ ରଖି ସଂପୃକ୍ତ ସଚିବଙ୍କ ସମେତ ୧୧ ଜଣଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି । ଏଥି ସହିତ ଏହି ମହିଳାଙ୍କ ସ୍ବାମୀଙ୍କ ସଂସ୍ପର୍ଶରେ ରାଷ୍ଟ୍ରପତି ଭବନ ପରିସରରେ କାର୍ଯ୍ୟରତ ୧୦୦ରୁ ଅଧିକ ସଫେଇ କର୍ମୀ, ମାଳି ଓ ଅନ୍ୟ ଲୋକେ ଆସିଥିବା ଜଣାପଡିବା ପରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ୧୨୫ ପରିବାରକୁ ସେଲ୍ପ ଆଇସୋଲେସନ ରେ ରହିବାକୁ ନିର୍ଦ୍ଦେଶନାମା ଦିଆଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂତ୍ରରୁ ଏହି ସୂଚନା ମିଳିଛି ।

Leave A Reply

Your email address will not be published.