ରାଜ୍ୟରେ ରେକର୍ଡ ସଂଖ୍ୟକ ସୁସ୍ଥ ହେଲେ ୧୯୨୭ କରୋନା ଆକ୍ରାନ୍ତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଶୁକ୍ରବାର ରାଜ୍ୟରେ ୩୦ଟି ଜିଲ୍ଲାରୁ ୧୯୨୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୦,୫୦୩କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର ଲକ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି। ଖୋର୍ଦ୍ଧା ଜିଲ୍ଲାରୁ ୨୪୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ଗଞ୍ଜାମ ଜିଲ୍ଲାରୁ ୧୯୦ ଜଣ ସୁସ୍ଥ ହୋଇଛନ୍ତି। ନୟାଗଡରୁ ୧୫୧, ରାୟଗଡାରୁ ୧୪୬, ସୁନ୍ଦରଗଡରୁ ୧୦୮, କନ୍ଧମାଳରୁ ୧୦୧, ଢେଙ୍କାନାଳରୁ ୯୫, ମୟୂରଭଞ୍ଜରୁ ୮୮, କୋରାପୁଟରୁ ୮୬, କଟକରୁ ୭୮, ପୁରୀରୁ ୭୭, ବଲାଙ୍ଗିରରୁ ୭୫, ବାଲେଶ୍ୱରରୁ ୭୦, ମାଲକାନଗିରିରୁ ୪୩, ନବରଙ୍ଗପୁରରୁ ୪୦, ଗଜପତିରୁ ୩୪, ଜଗତସିଂହପୁରରୁ ୩୦, ଭଦ୍ରକରୁ ୨୮, ନୂଆପଡାରୁ ୨୭, କଳାହାଣ୍ଡି ଓ ସମ୍ବଲପୁରରୁ ୨୧ ଜଣ ଲେଖାଏଁ, କେନ୍ଦ୍ରାପଡାରୁ ୧୯, କେନ୍ଦୁଝରରୁ ୧୮, ଦେବଗଡରୁ ୧୭, ଝାରସୁଗୁଡାରୁ ୧୩, ବରଗଡରୁ ୧୨, ବୌଦ୍ଧରୁ ୮, ସୋନପୁରରୁ ୬ ଏବଂ ଅନୁଗୁଳରୁ ୫ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

Leave A Reply

Your email address will not be published.