ଭୟଙ୍କର ସ୍ଥିତିରେ ଇଟାଲୀ : ମୃତ୍ୟୁ ସଂଖ୍ୟା ୭,୫୦୦, ୫୦୦୦ ସ୍ୱାସ୍ଥ୍ୟକର୍ମୀ ଆକ୍ରାନ୍ତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୟଙ୍କର ସ୍ଥିତି ଦେଇ ଅତିକ୍ରମ କରୁଛି ଇଟାଲୀ । ଇଟାଲୀରେ ମୃତ୍ୟୁ ସଂଖ୍ୟା ୭,୫୦୦ ଡେଇଁଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ୭୪,୩୮୬ରେ ପହଁଚିଛି । ସଂକ୍ରମିତଙ୍କ ମଧ୍ୟରେ ୫,୦୦୦ରୁ ଅଧିକ ସ୍ୱାସ୍ଥ୍ୟକର୍ମୀ ଅଛନ୍ତି । ସ୍ୱାସ୍ଥ୍ୟକର୍ମୀମାନେ ସଂକ୍ରମିତ ହେଉଥିବାରୁ ପରିସ୍ଥିତି ଆହୁରି ଜଟିଳ ହେବାରେ ଲାଗିଛି ।

ସୂଚନାଯୋଗ୍ୟ, ଦୁଇ ସପ୍ତାହରେ ୩୩ ଡାକ୍ତର ପ୍ରାଣ ହରାଇଛନ୍ତି । ପରିସ୍ଥିତି ଦିନକୁ ଦିନ ବିଗୁଡ଼ୁଥିବା ଦେଖି ଇଟାଲୀରେ ଆହୁରି ଭୟଙ୍କର ସ୍ଥିତି ଉପୁଜିବ ବୋଲି ଡବ୍ଲ୍ୟୁଏଚ୍‌ଓ ଆଶଙ୍କା ପ୍ରକାଶ କରିଛି ।

Leave A Reply

Your email address will not be published.