କରୋନା ଯୋଦ୍ଧାଙ୍କ ପରଲୋକ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ନିଶ୍ଚିନ୍ତକୋଇଲି ବ୍ଲକ୍ ଅଧୀନସ୍ଥ କୋଲଣପୁର ଗ୍ରାମର ସୁକାନ୍ତ କିଶୋର ମଲ୍ଲିକ(୫୭)ଙ୍କ ମୃତ୍ୟୁ ଘଟିଛି। ସେ ପୁଲିସ ହାବିଲଦାର ଭାବେ ମାର୍ଶାଘାଇ ଥାନାରେ କାର୍ଯ୍ୟରତ ଥିଲେ। ମହାମାରୀ କରୋନା ସମୟରେ ତାଙ୍କର ଶରୀର ଅସୁସ୍ଥ ହେବାରୁ ସେ କଟକର ଏକ ଘରୋଇ ନର୍ସିଂହୋମ୍ରେ ଚିକିତ୍ସିତ ହେଉଥିଲେ। ଗୁରୁବାର ତାଙ୍କର ପରଲୋକ ହୋଇଛି। ମୃତ୍ୟୁ ଶଯ୍ୟା ନିକଟରେ ପତ୍ନୀ ସଂଯୁକ୍ତା ମଲ୍ଲିକ, ଝିଅ ପୂଜାରିଣୀ, ସାନ ଭାଇ ସାଲେପୁର ଥାନା ଡ୍ରାଇଭର ସୁବାସ ମଲ୍ଲିକ , ମଥୁରାନନ୍ଦ ମଲ୍ଲିକ ପ୍ରମୁଖ ଉପସ୍ଥିତ ରହିଥିଲେ।

ଖବରପାଇ କେନ୍ଦ୍ରାପଡା ଜିଲ୍ଲା ହାବିଲଦାର ସଂଘର ସଭାପତି ତପନ କୁମାର ବେହେରା, ମାର୍ଶାଘାଇ ଥାନା ଆଇଆଇସି କାଳନ୍ଦୀ ବେହେରାଙ୍କ ସମେତ କେତେକ ସହକର୍ମୀ ତାଙ୍କ ବାସଭବନରେ ପହଞ୍ଚି ଶୋକବ୍ୟକ୍ତ କରି ପରିବାରକୁ ସମବେଦନା ଜଣାଇବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ବିଜେଡି କଟକ ଜିଲ୍ଲା ସାଧାରଣ ସଂପାଦକ ପ୍ରଶାନ୍ତ କୁମାର ଜେନା, ସ୍ୱେଚ୍ଛାସେବୀ ଦୀପକ କୁମାର ଜେନା, ପ୍ରହଲ୍ଲାଦ ମଲ୍ଲିକ, ଶରତ ସାମଲ, ବିଜୟ କୁମାର ମଲ୍ଲିକ ପ୍ରମୁଖ ଉପସ୍ଥିତ ହୋଇ ଶେଷଦର୍ଶନ କରିଥିଲେ।

Leave A Reply

Your email address will not be published.