ରଥଯାତ୍ରା ଦେଖିବାକୁ ଆସି ଜୀବନ ହରିଲେ।

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଝାଡ଼ଖଣ୍ଡର ଜଣେ ମହିଳା ଖୁବ ଖୁସିରେ ବାହାରିଥିଲେ ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ଦେଖିବା ପାଇଁ। ସେ ଖୁସି କ୍ଷଣିକ ପାଇଁ ଅଛି ବୋଲି ସେ ଜାଣିନଥିଲେ। ଜଗନ୍ନାଥଙ୍କ ଦର୍ଶନ ପୂର୍ବରୁ ବସ ଚକ ତଳେ ତାଙ୍କ ଜୀବନ ଚାଲିଗଲା। ଆଜି ସକାଳେ ଏପରି ଏକ ମର୍ମନ୍ତୁଦ ଦୁର୍ଘଟଣା ମୟୂରଭଞ୍ଜ ଜିଲ୍ଲାରେ ଘଟିଛି।

ସୂଚନା ଅନୁଯାୟୀ, ଝାଡ଼ଖଣ୍ଡର ମାଂଝାରୀ ଥାନା ଅନ୍ତର୍ଗତ କାଠଭାରି ଗାଁର ୬୦ ବର୍ଷୀୟା ତବିତା କାଳନ୍ଦୀ ରଥଯାତ୍ରା ଦେଖିବାପାଇଁ ଗତକାଲି ରାତିରେ ରାଇରଙ୍ଗପୁର ବାହାରିଥିଲେ। ସେ ସୁପରସୁନିକ ନାମକ ଏକ ବସ ରେ ଚଢିଥିଲେ ଏବଂ ଆଜି ସକାଳେ ବହଳଦା ମୋରଣ୍ଡା ଗାଁ ଛକରେ ଓହ୍ଲାଇଥିଲେ। ସେଠାରୁ ରାଇରଙ୍ଗପୁର ଯିବା ପାଇଁ ରାସ୍ତା ପାର ହେଉଥିବା ସମୟରେ ଯେଉଁ ବସ୍‌ରେ ସେ ଆସିଥିଲେ ସେହି ବସ ଡ୍ରାଇଭର ର ଅସାବଧାନତା ଯୋଗୁଁ ବସ୍‌ଟି ତାଙ୍କ ଉପରେ ଚଢ଼ି ଯାଇଥିଲା। ଏହି ଦୁର୍ଘଟଣା ରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଶେଷରେ ତାଙ୍କର ଜଗନ୍ନାଥଙ୍କ ରଥଯାତ୍ରା ଦେଖିବାର ସ୍ବପ୍ନ ଅଧାରେ ରହିଗଲା । ଦୁର୍ଘଟଣା ପରେ ବସ ଡ୍ରାଇଭର ଲୁଚି ପଳାଇଥିଲା। ବହଳଦା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତାଙ୍କ ପରିବାର ଲୋକଙ୍କ ପାଖକୁ ଖବର ପଠାଇଛି ।

Sikshaya
Leave A Reply

Your email address will not be published.