ଆଜିଠାରୁ କାଉଣ୍ଟରରେ ମିଳିବ ମଦ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜିଠାରୁ ରାଜ୍ୟରେ କାଉଣ୍ଟରରେ ପାଇବେ ମଦ । ସମସ୍ତ ପ୍ରକାର ବିଦେଶୀ ମଦ, ବିୟର ଦୋକାନ କାଉଣ୍ଟରରେ ମିଳିବ ।ସକାଳ ୭ଟାରୁ ସଂନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଦୋକାନ ଖୋଲିବାର ସମୟ ରହିଛି । ଯେଉଁ ଅନୁସାରେ ମୂଲ୍ୟ ଧାର୍ଯ୍ୟ କରାଯାଇଛି ସେହି ମୂଲ୍ୟରେ ମଦ ବିକ୍ରୀ କରାଯିବ । ୱାଇନ , ବିୟର, ଦେଶୀ ଓ ବିଦେଶୀ ମଦକୁ ଗ୍ରାହକ କାଉଣ୍ଟରରୁ କିଣିପାରିବେ । ଯଦି ଗହଳି ପରିଲିଖିତ ହେବ , ତେବେ ଆବଶ୍ୟକ ପଡ଼ିଲେ ବ୍ୟାରିକେଡ଼୍ ଲଗାଇ ମଦ ବିକ୍ରି କରାଯିବ । ସଂନ୍ଧ୍ୟାକାଳୀନ ଭିଡ଼କୁ ଏଡ଼ାଇବା ପାଇଁ ୬ଟା ପର୍ଯ୍ୟନ୍ତ କାଉଣ୍ଟରରେ ମଦ ମିଳିବ । ଭିଡ଼ ଏଡ଼ାଇବାକୁ ଇ – ଟୋକନ ବ୍ୟବସ୍ଥା କରାଯିବ । ପୋର୍ଟାଲରେ ସ୍ଲଟ ବୁକିଂ କରି ଗ୍ରାହକମାନଙ୍କୁ ଟୋକନ ହାସଲ କରିବାକୁ ପଡ଼ିବ । କେବଳ ଯୋକନ ପାଇବା ପରେ ଜଣେ ମଦ ଦୋକାନ ଯାଇପାରିବେ । ଇ – ଟୋକନ କିଭଳି ମିଳିବ, ସେ ନେଇ ଦୋକାନୀ ମାନେ ଡିସପ୍ଲେ କରିବେ। ଭିଡ଼ ଏଡ଼ାଇବାକୁ ଦୋକାନରେ ଅଧିକ କର୍ମଚାରୀଙ୍କୁ ମଧ୍ୟ ନିୟୋଜନ କରାଯିବ ।ସାମଜିକ ଦୂରତ୍ୱ ଯେମିତି ବଜାୟ ରହିବ ,ସେ ନେଇ ନଜର ରଖିବେ ଦୋକାନୀ। ସମସ୍ତ ଗ୍ରାହକଙ୍କୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ରହିବ । ଏଥିସହ ପୂର୍ବପରି ଗ୍ରାହକମାନେ ହୋମ୍ ଡେଲିଭରିରେ ମଧ୍ୟ ମଦ ମଗାଇ ପାରିବେ । କୌଣସି ପ୍ରକାର ନିୟମ ଉଲ୍ଲଘଂନ ହେଉଥିଲେ ଉକ୍ତ ଜିଲ୍ଲାର ଜିଲ୍ଲାପାଳ ଦୋକାନକୁ ବନ୍ଦ କରିପାରିବେ ।

Leave A Reply

Your email address will not be published.