କୋଭିଡ୍ ହସ୍ପିଟାଲରୁ ରୋଗୀ ଫେରାର୍

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଚଳିତମାସ ୫ତାରିଖରେ ବାଙ୍କିଶୋଳସ୍ଥିତ କିମ୍ସ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣେ ରୋଗୀ ଫେରାର୍ ହୋଇଯାଇଥିଲେ। ଏନେଇ ବାରିପଦା ସଦର ଥାନାରେ ହସ୍ପିଟାଲ ନୋଡାଲ୍ ଅଧିକାରୀ ଏକ ଏତଲା ଦେଇଥିଲେ। ଏତଲା ଆଧାରରେ ସଦର ଥାନା ପୁଲିସ୍ ପକ୍ଷରୁ ତଦନ୍ତ କରାଯାଇ ରୋଗୀଙ୍କୁ ମୋରଡ଼ା ଅଞ୍ଚଳରେ ଥିବା ତାଙ୍କ ଘରୁ ଠାବ କରାଯାଇଥିବା ଜଣାପଡ଼ିଛି। ତେବେ କୋଭିଡ୍ ହସ୍ପିଟାଲରୁ ଜଣେ ରୋଗୀ କିପରି ଫେରାର୍ ହୋଇଗଲା ତାହା ଢିଲା ସୁରକ୍ଷା ବ୍ୟବସ୍ଥାକୁ ଇଙ୍ଗିତ କରୁଛି।

Leave A Reply

Your email address will not be published.