ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, କୋଭିଡ ହସ୍ପିଟାଲ ପରିଦର୍ଶନ କଲେ ସଞ୍ଜୟ ଦାସବର୍ମା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟରେ କରୋନା ନିଜ କାୟା ବିସ୍ତାର କରିଚାଲିଥିବା ବେଳେ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ସଞ୍ଜୟ ଦାସବର୍ମା ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, କୋଭିଡ ହସ୍ପିଟାଲ ପରିଦର୍ଶନ କରି ଏହାର ସ୍ଥିତି ପରଖିଥିଲେ । ସେଠାରେ ଶ୍ରୀ ଦାସବର୍ମା ଡାକ୍ତର ଓ କର୍ମଚାରୀଙ୍କୁ ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ ।

ଏହା ପୂର୍ବରୁ ଶ୍ରୀ ଦସବର୍ମା ଜିଲ୍ଲାରେ କୋଭିଡ ପରିଚାଳନା, ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ସାମାଜିକସ୍ଥିତି ସମ୍ପର୍କରେ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । କରୋନାର ଭୟ ଥିବା ସତ୍ତ୍ୱେ ଶ୍ରୀ ଦସବର୍ମାଙ୍କ ହସ୍ପିଟାଲ ପରିଦର୍ଶନକୁ ଜନସାଧରଣ ଖୁଵ ପ୍ରଶଂସା କରୁଥିବା ନେଇ ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.