କୋଭିଡ ନିୟମ ଭାଙ୍ଗୁଛନ୍ତି ସାଂସଦ !

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଏସଆରସି ନିର୍ଦ୍ଦେଶ ଦେଇଛନ୍ତି କୋଭିଡ-୧୯ ନିୟମକୁ କଡାକଡି ପାଳନ କରିବାକୁ । ଏନେଇ ସମସ୍ତ ଜିଲ୍ଲାପାଳ ଏବଂ ପୁଲିସ ଡିଜିଙ୍କୁ ପତ୍ର ପ୍ରଦାନ କରାଯାଇଛି । ଏହି ନିୟମ ଅନୁଯାୟୀ ସାମାଜିକ ଦୁରତା ରକ୍ଷା ଓ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ମାତ୍ର ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଏହି ନିୟମଙ୍କୁ ଉଲଂଘନ କରୁଥିବା ସାମ୍ନାକୁ ଆସିଛି ।

ସୂଚନା ଅନୁଯାୟୀ, ସାଂସଦ ନିଜର ଏକ ଅଫିସ ଉଦଘାଟନ କରିବା ସମୟରେ ତାଙ୍କ ସମର୍ଥକମାନେ କୋଭିଡ ନିୟମ ଭାଙ୍ଗିଥିବା ନେଇ କିଛି ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଗତ ୨୮ ତାରିଖରେ ସାଂସଦ ଶ୍ରୀମତି ଷଡଙ୍ଗୀ ପଲାସପଲ୍ଲୀରେ ନିଜର ଏକ ଅଫିସ ଉଦଘାଟନ କରିଥିଲେ । ଏହି ଉଦଘାଟନ ଉତ୍ସବରେ ତାଙ୍କ ସମର୍ଥକ ଓ କର୍ମୀମାନେ ଯୋଗ ଦେଇଥିଲେ । ହେଲେ ସେମାନେ ସାମାଜିକ ଦୂରତା ଭାଙ୍ଗିବା ସହ କେହି ମାସ୍କ ପିନ୍ଧିନଥିଲେ । ଏହାକୁ ସାଂସଦ ଓ ସେମାନଙ୍କ ନେତାମାନେ ଦେଖୁଥିଲେ ମଧ୍ୟ କେହି ସଚେତନ କରିନଥିଲେ । ତେବେ କେନ୍ଦ୍ର ଓ ରାଜ୍ୟ ସରକାର କରୋନାକୁ ପ୍ରତିହତ କରିବା ଲାଗି ଯେଉଁ ନିୟମ କରିଛନ୍ତି, ତାହାକୁ ସେମାନଙ୍କ ପ୍ରତିନିଧିମାନେ ଉଲଂଘନ କରି ପରୋକ୍ଷରେ କରୋନା ବ୍ୟାପିବାରେ ସହଯୋଗ କରିବା ଚିନ୍ତାର ବିଷୟ ପାଲଟିଛି । ଏଦିଗରେ ଲୋକପ୍ରତିନିଧିମାନେ ଧ୍ୟାନ ଦେବା ଆବଶ୍ୟକ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.