କୋଭିଡ ପରୀକ୍ଷା ପାଇଁ ବଦଳିଲା ନିୟମ

0

ଓଡ଼ିଶାଫାଷ୍ଟ(ବ୍ୟୁରୋ):କରୋନା ମୁକାବିଲା କ୍ଷେତ୍ରରେ କେତେକ ନିୟମରେ ପରିବର୍ତ୍ତନ କରାଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟ ମାର୍ଗଦର୍ଶିକା ଜାରି କରି ଏହି ସୂଚନା ଦେଇଛି। ଏଣିକି ଟେଷ୍ଟିଂ କରିବାପାଇଁ ଡାକ୍ତରୀ ପରାମର୍ଶର ଆବଶ୍ୟକତା ହେବ ନାହିଁ। କୌଣସି ବ୍ୟକ୍ତି ଚାହିଁଲେ ନିଜ ଇଚ୍ଛା ଅନୁସାରେ ନିଜର ନମୁନା ପରୀକ୍ଷା କରାଇପାରିବେ। ଟେଷ୍ଟିଂ ପ୍ରକ୍ରିୟାକୁ ଅଧିକ ସରଳ କରି ଶୀଘ୍ର କରୋନା ସଂକ୍ରମିତଙ୍କୁ ଚିହ୍ନଟ କରିବା ସକାଶେ ଏହି ପଦକ୍ଷେପ ନିଆଯାଇଛି। ତେବେ ଏହି କ୍ଷେତ୍ରରେ ନିଷ୍ପତ୍ତି ନେବା ନିମନ୍ତେ କେନ୍ଦ୍ରସରକାର ରାଜ୍ୟ ସରକାରଙ୍କୁ ସ୍ୱାଧୀନତା ପ୍ରଦାନ କରିଛନ୍ତି। ଆରଟିପିସିଆର ଟେଷ୍ଟ ଏବଂ ଆଣ୍ଟିଜେନ ଟେଷ୍ଟକୁ ନେଇ ମଧ୍ୟ ନିୟମରେ କେତେକ ପରିବର୍ତ୍ତନ କରାଯାଇଛି। ଆଣ୍ଟିଜେନ ଟେଷ୍ଟରେ ଜଣଙ୍କର ରିପୋର୍ଟ ପଜିଟିଭ ଆସିବା ପରେ ପୁନଶ୍ଚ ଆରଟିପିସିଆର ଟେଷ୍ଟ କରାଯିବ ନାହିଁ। ଲକ୍ଷଣ ଥାଇ ଆଣ୍ଟିଜେନ ଟେଷ୍ଟ ନେଗେଟିଭ ଆସିଲେ ଆରଟିପିଆର ଟେଷ୍ଟ କରାଯିବ। ସେହିଭଳି ରୋଗୀ ଡିସଚାର୍ଜ ହେବା ପୂର୍ବରୁ ପୁଣି ଥରେ ଟେଷ୍ଟିଂ କରାଯିବାର ଆବଶ୍ୟକତା ନାହିଁ।

Leave A Reply

Your email address will not be published.