ଓଡ଼ିଶାରେ ଖୁବଶୀଘ୍ର ଉତ୍ପାଦିତ ହେବ କୋଭିଡ ଭ୍ୟାକସିନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଓଡ଼ିଶାରେ ଖୁବଶୀଘ୍ର ଉତ୍ପାଦିତ ହେବ କୋଭିଡ ଭ୍ୟାକସିନ୍। ସେଥିପାଇଁ ରାଜଧାନୀ ଉପକଣ୍ଠ ଅନ୍ଧାରୁଅରେ ଏକ ଅତ୍ୟାଧୁନିକ ଉତ୍ପାଦନକେନ୍ଦ୍ର ପ୍ରତିଷ୍ଠା ଲାଗି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଆଜି ଲୋକସେବା ଭବନରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଏହି ଅବସରରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କମ୍ପାନୀକୁ ଇନକୁବେଟର ପ୍ରତିଷ୍ଠା ଓ ଷ୍ଟାର୍ଟଅପ ବିକାଶ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ ବିଜ୍ଞାନ ଓ ବୈଷୟିକ ପ୍ରମୁଖ ସଚିବ ସନ୍ତୋଷ ଷଡ଼ଙ୍ଗୀ ଯୋଗ ଦେଇଥିଲେ।

ଏହି ପ୍ରକଳ୍ପର ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ ଆସନ୍ତା ୧୫ ଦିନ ଭିତରେ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେବା ସହ ନିର୍ଦ୍ଧାରିତ ସମୟ ମଧ୍ୟରେ ଉତ୍ପାଦନ ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଟିକା ଉତ୍ପାଦନ ଲାଗି ଭାରତ ବାୟୋଟେକ ଇଣ୍ଟନନ୍ୟାସନାଲ ଲିମିଟେଡ ଅନ୍ଧାରୁଆରେ ଏକ ସମ୍ପୂର୍ଣ୍ଣ ଉନ୍ନତ ଜ୍ଞାନ କୌଶଳପୂର୍ଣ୍ଣ ବାୟୋଟେକ ଇନକୁବେଟର ସେଟଅପ ପ୍ରତିଷ୍ଠା କରିବ।

Leave A Reply

Your email address will not be published.