ରତ୍ନଭଣ୍ଡାର ଛାତ ରେ ଫାଟ

0

ଓଡିଶା ଫାଷ୍ଟ(ବ୍ୟୁରୋ): ଶ୍ରୀମନ୍ଦିର ରତ୍ନଭଣ୍ଡାର ଅନୁଧ୍ୟାନ କାର୍ଯ୍ୟ ଶେଷ କରି ଫେରିଛନ୍ତି କମିଟି ସଦସ୍ୟ । କେବଳ ବାହାର ୨ଟି ଭଣ୍ଡାର ଯାଞ୍ଚ କାର୍ଯ୍ୟ ଶେଷ ହୋଇଛି। ତେବେ ବାହାର ଭଣ୍ଡାର ଜାଲି ପଟୁ ସର୍ଚ୍ଚ ଲାଇଟରେ ଭିତର ଭଣ୍ଡାର କାନ୍ଥ ଓ ଛାତ ସ୍ପଷ୍ଟ ଭାବରେ ଦେଖାଯାଉଥିବାରୁ ତାଲା ଖୋଲିବା ଆବଶ୍ୟକ ହେଲାନାହିଁ।

ଅନ୍ୟପଟେ ଯାଞ୍ଚ ସଂପର୍କରେ ସୂଚନା ଦେଇ ତଢ଼ଉ କରଣ ହିଂମାଶୁ ପଟ୍ଟନାୟକ କହିଛନ୍ତି ଯେ, ବିଧିମୁତାବକ ଯାଞ୍ଚକାର୍ଯ୍ୟ କରାଯାଇଛି । ଯାଞ୍ଚ ବେଳେ ଭଣ୍ଡାର ଘର ଛାତରେ ଫାଟ ଓ କାନ୍ଥ ଓଦା ହୋଇଥିବା ଦେଖିବାକୁ ମିଳିଥିଲା ବୋଲି ସେ ସୂଚନା ଦେଇଛନ୍ତି ।

ପ୍ରବେଶ ବେଳେ ଝୁଂଟିପଡି ଏଏସଆଇ ସଦସ୍ୟ ଜିସି ମିତ୍ର ଆହତ ହେବା କାରଣରୁ ଅଧାବାଟରୁ ଫେରିଆସିବାକୁ ପଡିଥିଲା ।

Sikshaya
Leave A Reply

Your email address will not be published.