ଅଲମ୍ପିକ୍ ଗେମ୍ସରେ ସାମିଲ ହେବ କ୍ରିକେଟ୍ !

ଅଲମ୍ପିକ୍ ଗେମ୍ସରେ ସାମିଲ ହେବ କ୍ରିକେଟ୍ । ୧୨୮ ବର୍ଷ ପରେ ଅଲମ୍ପିକ୍ସରେ କ୍ରିକେଟ୍ ଖେଳ ସାମିଲ ହେବା ନେଇ ପୁଣିଥରେ ନୂଆ ସମ୍ଭାବନା ସୃଷ୍ଟି ହୋଇଛି । ତେବେ ୧୯୦୦ ମସିହାରେ ହୋଇଥିବା ଅଲମ୍ପିକରେ କ୍ରିକେଟକୁ ସ୍ଥାନ ମିଳିଥିଲା, ସେବେଠୁ ପ୍ରାୟ ଶହେ ବର୍ଷ ବିତିଯାଇଥିଲେ ବି ଏପର୍ଯ୍ୟନ୍ତ ଅଲମ୍ପିକ ଗେମରେ କ୍ରିକେଟ୍ ସାମିଲ ହୋଇପାରିନାହିଁ ।
ହେଲେ ୨୦୨୮ ମସିହାରେ ହେବାକୁ ଥିବା ଅଲମ୍ପିକ୍ ଗେମ୍ସରେ କ୍ରିକେଟ୍ ସାମିଲ ହୋଇପାରେ ବୋଲି ସୂଚନା ମିଳୁଛି ।
୧୯୦୦ ମସିହାରେ ପ୍ୟାରିସରେ ଅଲମ୍ପିକ୍ ଆୟୋଜନ କରାଯାଇଥିଲା । ଏହି ଅଲମ୍ପିକରେ କ୍ରିକେଟକୁ ସ୍ଥାନ ମିଳିଥିଲା ଆଉ ଗ୍ରେଟ୍ ବ୍ରିଟେନ୍ ସ୍ୱର୍ଣ୍ଣ ପଦକ ଜିତିଥିଲା । ହେଲେ ସେବେଠୁ ଆଉ କ୍ରିକେଟକୁ ଅଲମ୍ପିକରେ ଦେଖିବାକୁ ମିଳିନି । ଆସନ୍ତା ୨୦୨୮ ମସିହାରେ ଅଲମ୍ପିକ ଲସ୍ ଏଞ୍ଜୋଲିସରେ ହେବାକୁ ଥିବାବେଳେ, ଏହି ଅଲମ୍ପିକରେ କ୍ରିକେଟ୍ ସାମିଲ ହୋଇପାରେ ବୋଲି ସୂଚନା ମିଳୁଛି । ଇଣ୍ଟରନ୍ୟାସନାଲ ଅଲମ୍ପିକ୍ କମିଟି ଏଥିପାଇଁ ୮ଟି ଖେଳକୁ ସର୍ଟଲିଷ୍ଟ କରିଛି । ଯେଉଁଥିରେ କ୍ରିକେଟ୍ ମଧ୍ୟ ସାମିଲ ଅଛି । ତେବେ ଅଲମ୍ପିକ୍ ଆୟୋଜନ କମିଟି ଏନେଇ ଆଇସିସିର ପକ୍ଷ ରଖିବାକୁ କହିଥିଲା ।
ଆଇଓସି ଏହି ୮ଟି ଖେଳକୁ ସର୍ଟଲିଷ୍ଟ କରିବା ପରେ ବିଚାରବିମର୍ଶ କରି ଅଲମ୍ପିକରେ ଏହାକୁ ସାମିଲ କରାଯିବ । ଏହାର ଘୋଷଣା ଆସନ୍ତାବର୍ଷ ହୋଇପାରେ ।