ଓଡ଼ିଶା ଫାଷ୍ଟ(ବ୍ୟୁରୋ):କଟକ ସେଲ୍ଟର ଛକ ଷ୍ଟେଟ ବ୍ୟାଙ୍କ କଲୋନୀରେ ସନ୍ଦେହ ଜନକ ଅବସ୍ଥାରେ ମାଆ-ଝିଅଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏକ ଘର ଭିତରୁ ଉଦ୍ଧାର କରାଯାଇଛି ଉଭୟଙ୍କ ମୃତଦେହ। ଘର ଭିତରୁ ଝୁଲନ୍ତା ଅବସ୍ଥାରେ ମାଆର ମୃତଦେହ ଉଦ୍ଧାର ହୋଇଥିବାବେଳେ ୭ ମାସର ଝିଅର କ୍ଷତାକ୍ତ ମୃତଦେହ ତଳେ ପଡ଼ିଥିବା ଅବସ୍ଥାରେ ଉଦ୍ଧାର ହୋଇଛି। ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ଜଣାପଡ଼ି ନାହିିଁ।
ବିଡ଼ାନାସୀ ପୁଲିସ ଘଟଣାର ଛାନଭିନ୍ କରୁଛି। ଏଥିସହିତ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳକୁ ଯାଇ ତଥ୍ୟ ସଂଗ୍ରହ କରିଛି। ପ୍ରାଥମିକ ତଦନ୍ତରୁ ଏହା ଆତ୍ମହତ୍ୟା ହୋଇଥାଇପାରେ ବୋଲି ପୁଲିସ୍ ସନ୍ଦେହ କରୁଛି। ମୃତକ ମହିଳା ଜଣକ ବ୍ୟାଙ୍କ୍ କର୍ମଚାରୀ ବୋଲି ସୂଚନା ମିଳିଛି।