ପତ୍ନୀର ତଣ୍ଟିକାଟି ନିଜ ଗୁପ୍ତାଙ୍ଗ କାଟିଲା ସ୍ୱାମୀ

0

ଓଡିଶା ଫାଷ୍ଟ(ବ୍ୟୁରୋ): ଘରୋଇ କଳହକୁ କେନ୍ଦ୍ର କରି ସ୍ବାମୀ ସ୍ତ୍ରୀର ତଣ୍ଟି କାଟିବା ସହ ନିଜର ଗୁପ୍ତାଙ୍ଗ କାଟି ଦେଇଛି। ଦମ୍ପତି ଗୁରୁତର ହୋଇ ପୁରୀ ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି। ଆହତ ମହିଳା ହେଲେ ଚନ୍ଦ୍ରମା ବେହେରା ଓ ତାଙ୍କ ସ୍ବାମୀ ହେଉଛନ୍ତି ବୁଲୁ ବେହେରା। ମିଳିଥିବା ସୂଚନା ଅନୁଯାୟୀ ଶୁକ୍ରବାର ରାତିରେ କୌଣସି କାରଣରୁ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୋଇଥିଲା। ତେବେ ମଦ୍ୟପାନ କରି ନିଶାସକ୍ତ ଅବସ୍ଥାରେ ଥିବା ବୁଲୁ ବେହେରା ଏକ ଛୁରୀରେ ପ୍ରଥମେ ଚନ୍ଦ୍ରମାଙ୍କ ତଣ୍ଟି କାଟି ଦେଇଥିଲେ। ପରେ ମାନସିକ ଭାରସାମ୍ୟ ହରାଇ ବୁଲୁ ନିଜ ଗୁପ୍ତାଙ୍ଗ କାଟି ଦେଇଥିଲେ । ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ମେଡ଼ିକାଲରେ ଭର୍ତ୍ତି କରିଥିବାବେଳେ ପୋଲିସ ଘଟଣାକୁ ନେଇ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.