ସାଙ୍ଗର ସ୍ତ୍ରୀକୁ ଦୁଷ୍କର୍ମରୁ ରକ୍ଷା କଲେ ୨ ବନ୍ଧୁ, ଆଉ ତା’ ପରେ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଜଣେ ବ୍ୟକ୍ତିଙ୍କ ପତ୍ନୀଙ୍କୁ ନିର୍ଯ୍ୟାତନା ଦିଆଯାଉଥିବାର ଦେଖି ଏତେ ରାଗ ଆସିଥିଲା ଯେ ୩ଜଣଙ୍କ ସହ ମିଶି ଦୁଷ୍କର୍ମକାରୀଙ୍କ ମୁଣ୍ଡ କାଟିଦେଇଥିଲେ। ଏହାପରେ ସେହି କଟାମୁଣ୍ଡକୁ ୪କି.ମି ଦୂରରେ ଫୋପାଡିଦେଇଥିଲେ। ଏଭଳି ସମ୍ବେଦନଶୀଳ ଘଟଣା ଉତ୍ତର ପ୍ରଦେଶର ଦେବରିୟାରେ ଦେଖିବାକୁ ମିଳିଛି।

ସୂଚନା ମୁତାବକ ଉତ୍ତର ପ୍ରଦେଶରେ ମୁଣ୍ଡ କଟା ମୃତଦେହ ମିଳିବା ଖବର ପୋଲିସ୍‌ ଖୁଲାସା କରିବା ସହ ଏକ ମହିଳାଙ୍କ ସମେତ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଉକ୍ତ ଜଘନ୍ୟ ଘଟଣାରେ ମୃତକ ନିକୋଲସଙ୍କ ପତ୍ନୀଙ୍କ ସହ ନିର୍ଯ୍ୟାତନା କରିବା ସମୟରେ ନିକୋଲସଙ୍କ ୨ ସାଥୀ ମିଶି ଏକ ଫାଓଡା ସାହାଯ୍ୟରେ ଦୁଷ୍କର୍ମକାରୀଙ୍କ ଗଳା କାଟି ଅଲଗା କରିବା ସହ କଟା ମୁଣ୍ଡକୁ ୪ କି.ମି ଦୂରରେ ଫୋପାଡି ଦେଇଥିବା ଖବର ସାମ୍ନାକୁ ଆସିଛି।

ସୂଚନାଯୋଗ୍ୟ, ରାମପୁର ପୋଲିସ ଷ୍ଟେସନର ବାରାଇପୁର ମଙ୍ଗଲରାଓ ମଂଝାରିୟା ଗାଁ ନିକଟରେ ଜଣେ ଯୁବକଙ୍କର ମୁଣ୍ଡ କାଟି ଦିଆଯାଇଥିଲା, ଅର୍ଥାତ ଏକ ମୁଣ୍ଡ ବିହିନ ଶବ ମିଳିଥିଲା। ସନ୍ଧାନୀ କୁକୁର ଟିମ୍‌ ୪ କି.ମି ଦୂର ବେଲଓ୍ଵା ବଜାର ନିକଟରେ ଥିବା ଆଖୁ କ୍ଷେତରେ କଟାମୁଣ୍ଡଟିକୁ ଉଦ୍ଧାର କରିଛନ୍ତି। ଉକ୍ତ ଘଟଣାରେ ନିକୋଲସଙ୍କ ପତ୍ନୀ ମଧ୍ୟ ସହଯୋଗ କରିଥିଲେ। ଅନ୍ୟପଟେ ପୋଲିସ ଘଟଣାସ୍ଥଳରୁ ବ୍ୟବହାର କରାଯାଇଥିବା ପାଓଡା, ଛୁରୀ ଏବଂ ରସି ଆଦି ଜବତ କରିଛି।

Leave A Reply

Your email address will not be published.