ପୋଲିସ ଜଗିଛି କବାଟ ଡକାୟତ ଚମ୍ପଟ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୋଲିସ ଜଗିଛି କବାଟ ଡକାୟତ ଫେରାର। ଆଜି ପୁଣି ଏକ କୁଖ୍ୟାତ ଅପରାଧୀ ପୋଲିସ କବଜା ରୁ ଫେରାର ହେବାରେ ସଫଳ ହୋଇଛି। କେତେବେଳେ ହସ୍ପିଟାଲ କୁ ନେବାବେଳେ ତ ଆଉ କେତେବେଳେ କୋର୍ଟ ରୁ ଅପରାଧୀ ପୋଲିସ କୁ ଚକମା ଦେଇ ଫେରାର ହୋଇଯାଉଛନ୍ତି। ଏହି ପରି ଅନେକ ଥର ଘଟିଲା ପରେ ମଧ୍ୟ ପୋଲିସ ସତର୍କ ନହେବା ସାଧାରଣ ଜନତାଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଘଟଣା କ୍ରମେ

ଏୟାରଫିଲଡ଼ ଥାନା ଆଜି ଏକ କୁଖ୍ୟାତ ଅପରାଧୀ କୁ ଡକାୟତ ମାମଲା ରେ ଗିରଫ କରିଥିଲା।ଗିରଫ ଅପରାଧୀ ର ଡ଼ାକ୍ତରୀ ମାଇନା କରିବା ପାଇଁ କ୍ୟାପିଟାଲ ହସ୍ପିଟାଲ କୁ ଅଣାଯାଇଥିଲା । ଡ଼ାକ୍ତର ଅପରାଧୀଟିର ସ୍ୱାସ୍ଥ୍ୟ ପରୀକ୍ଷା କରିବାପରେ ଅପରାଧୀ ଜଣକ ସାଙ୍ଗରେ ଥିବା ପୋଲିସ କୁ ପରିସ୍ରା ଯିବା ପାଇଁ କହିଥିଲା । ପୋଲିସ ଅପରାଧୀକୁ ବାଥରୁମ କୁ ନେଇଥିଲେ । ଅପରାଧୀ ଟି ବାଥରୁମ କବାଟ ଭିତରୁ ଦେଇ ବାଥରୁମ ରେ ଥିବା ଝରକା କୁ ତାଡି ଫେରାର ହୋଇଯାଇଥିଲା । ବାହାରେ କିଛି ସମୟ ଅପେକ୍ଷା କରିବା ପରେ ପୋଲିସ ସନ୍ଦେହ ରେ କବାଟ ବଡାଇ ଥିଲା । ମାତ୍ର କିଛି ଉତ୍ତର ନ ମିଳିବାରୁ ପୋଲିସ ବଧ୍ୟହୋଇ କାଵଟ ତାଡି ଥିଲା। କିନ୍ତୁ ସେ ପର୍ଯ୍ୟନ୍ତ ଅପରାଧୀ ଜଣକ ଫେରାର ହୋଇ ଯାଇଥିଲା। ଏହି ଘଟଣା ରେ ପୋଲିସ ସହ ଯୋଗାଯୋଗ କରିଥିଲେ ମଧ୍ୟ ପୋଲିସ କୌଣସି ପ୍ରତିକ୍ରିୟା ଦେଇ ନଥିଲା।

Sikshaya
Leave A Reply

Your email address will not be published.