ଆତ୍ମହତ୍ୟା କରୁଥିବାଲୋକଙ୍କ ଜୀବନ ରକ୍ଷା କରୁଛି କାଉ, ଜାଣନ୍ତୁ କେଉଁଠି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଅହମ୍ମଦାବାଦର ସାବରମତୀ ରିଭରଫ୍ରଣ୍ଟରେ  ଦେଖିବାକୁ ମିଳିଛି ଏକ ଆଶ୍ଚର୍ଯ୍ୟ କର ଘଟଣା।  ଏକ କାଉ ଅନେକ ଲୋକଙ୍କ ଜୀବନ ବଞ୍ଚାଇ ସାରିଲାଣି। କୁହାଯାଏ, ଏଠାରେ ଜଣେ ଦମ୍ପତି ନଦୀକୁ ନେଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ, କିନ୍ତୁ କାଉ ସେମାନଙ୍କ ଜୀବନ ରକ୍ଷା କରିଥିଲା। ଦମ୍ପତି ଯେତେବେଳେ ନଦୀକୁ ଡେଇଁ ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଥିଲେ, ସେହି ସମୟରେ କାଉ ଫାୟାର ବିଗ୍ରେଡ ଅଫିସରେ ପହଞ୍ଚି କା କା ରାବିଥିଲା। ଠିକ ଏହାରି ଭିତରେ ଫାୟାର ବିଗ୍ରେଡଙ୍କୁ ଏକ କଲ ଆସିଥିଲା କି, କେହି ଜଣେ ଦମ୍ପତି ନଦୀକୁ ଡେଇଁ ପଡ଼ିଛନ୍ତି। ଖବର ପାଇ ଅଗ୍ନିଶମ ଅଧିକାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସ୍ୱାମୀ, ସ୍ତ୍ରୀଙ୍କୁ ଉଦ୍ଧାର କରିଥିଲେ।

ଲୋକଙ୍କ କହିବା ଅନୁଯାୟୀ, ଯେତେବେଳେ କେହି ଆତ୍ମହତ୍ୟା କରିବାକୁ ଏଠାକୁ ଆସନ୍ତି, କାଉ ରେସକ୍ୟୁ ଟିମକୁ ସୂଚିତ କରିବା ପାଇଁ ସଙ୍ଗେ ସଙ୍ଗେ ଫାୟାର ବିଗ୍ରେଡ ଅଫିସ ପହଞ୍ଚିଯାଇଥାଏ ଏବଂ ଜୋରରେ ରାବିବାକୁ ଲାଗିଥାଏ।

Leave A Reply

Your email address will not be published.