ଖୋଲାଗଲା ସ୍ମିତାରାଣୀଙ୍କ ସରକାରୀ ବାସଭବନ ଆଲମିରା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିରୋଧୀ ଦଳଙ୍କ ଅନେକ ହୋହଲ୍ଲା ପରେ ଆଜି ଭିଏଲଡବ୍ଲୁ ସ୍ମିତାରାଣୀଙ୍କ ସରକାରୀ ବାସଭବନ ଆଲମିରା ଖୋଲାଯାଇଛି । ଆଲମିରା ଖୋଲାଯିବା ସମସ୍ୟାରେ ସେଠାରେ ମାଜିଷ୍ଟ୍ରେଟ, ପୁଲିସ, ବିଡିଓ, ସ୍ମିତାରାଣୀଙ୍କ ସ୍ମାମୀ ସୁଶୀଲ ବିଶ୍ୱାଳ ଉପସ୍ଥିତ ଥିଲେ । ସମସ୍ତଙ୍କ ଉପସ୍ଥିତିରେ ପିଇଓଙ୍କ ଆଲମିରା ଭଙ୍ଗାଯାଇଥିଲା ।

ସୂଚନା ଅନୁଯାୟୀ, ଆଲମିରା ଖୋଲିବା ସମୟରେ ତହସିଲଦାର ସରୋଜ କୁମାର ପଣ୍ଡା, ବିଡିଓ ହେମନ୍ତ କୁମାର ସ୍ୱାଇଁ, ଧର୍ମଶାଳା ଥାନା ଅଧିକାରୀ ସରୋଜ କୁମାର ସାହୁ ଉପସ୍ଥିତ ଥିଲେ । ଏହି ଆଲମିରାରୁ ମିଳିଥିବା କାଗଜ ପତ୍ରରୁ ସ୍ମିତାରଣୀଙ୍କ ମୃତ୍ୟୁର ରହସ୍ୟ ସମ୍ୱନ୍ଧରେ କୌଣସି ସୂଚନା ମିଳିପାରେ ବୋଲି ପୋଲିସ ଆଶାରଖିଛି ।

Leave A Reply

Your email address will not be published.