ଅହମ୍ମଦାବାଦରେ ୨୩ ତାରିଖ ସକାଳ ୬ଟା ଯାଏଁ ସମ୍ପୂର୍ଣ୍ଣ କର୍ଫ୍ୟୁ

0

ଓଡ଼ିଶା ଫାଷ୍ଟ (ବ୍ୟୁରୋ):ଗୁଜୁରାଟର ଅହମ୍ମଦାବାଦ ଠାରେ କରୋନା ଭୂତାଣୁ ପୁଣି ଥରେ ବ୍ୟାପିବାରେ ଲାଗିଛି। ଗୁଜୁରାଟ ସରକାର ଅହମ୍ମଦାବାଦରେ ଶୁକ୍ରବାର ରାତିରୁ ସୋମବାର ସକାଳ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବେ କର୍ଫ୍ୟୁ ଲାଗୁ ହେବ।
ଏହାପରେ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ନ ଆସିବା ପର୍ଯ୍ୟନ୍ତ ନଭେମ୍ବର ୨୪ ତାରିଖ ଠାରୁ ପ୍ରତିଦିନ ରାତି ୯ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ରାତ୍ରକାଳୀନ କର୍ଫ୍ୟୁ ଜାରି ରହିବ। ଏହି ମଧ୍ୟରେ କେବଳ କ୍ଷୀର ଓ ଔଷଧ ଦୋକାନ ଖୋଲିବାକୁ ଅନୁମତି ମିଳିବ। ଗୁଜୁରାଟରେ ସ୍କୁଲ, କଲେଜ ମଧ୍ୟ କରୋନା ଯୋଗୁଁ ନଭେମ୍ବର ୨୩ରୁ ଖୋଲିବ ନାହିଁ।

Leave A Reply

Your email address will not be published.