ମାନବିକତାର ପରିଚୟ ଦେଲେ କଟକ ଜିଲ୍ଲା ଜୋନ ୭ ଜିଲ୍ଲାପରିଷଦ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କିଶୋର ନଗର ଥାନା ଅନ୍ତର୍ଗତ କମର୍ ପଦା ବାଲିକୁଦା ଛକ ନିକଟରେ ଆଜି ସକାଳ ୯ଟା ସମୟରେ କୁଜଙ୍ଗ ଥାନା ଅନ୍ତର୍ଗତ ଗୋବର୍ଦ୍ଧନ ପୁର ର ଗୋପୀନାଥ ଦାସ ନିଜଗାଡିରୁ ପଡିଯାଇଥିଲେ । ତାଙ୍କ ଗାଡ଼ି ଡିକିରୁ ୮,୮୮,୦୦୦ ଟଙ୍କା ତଳେ ପଡ଼ିଥିଲା । ସେହି ସମୟରେ କଟକ ଜିଲ୍ଲା ଜୋନ ୭ ର ଜିଲ୍ଲାପରିଷଦ ବିଳାସ ମଲ୍ଲିକ ଉକ୍ତ ଲୋକକୁ ଉଠାଇବା ସହ କିଶୋର ନଗର ଥାନାକୁ ଜଣାଇଥିଲେ ।

ଜିଲ୍ଲାପରିଷଦ ବିଳାସ ଥାନାର ଷ୍ଟାଫ ଙ୍କ ଉପସ୍ଥିତିରେ ତାଙ୍କୁ ଟଙ୍କା ଦେଇଥିଲେ । ଗୋପୀନାଥ ଦାସଙ୍କ ସ୍ତ୍ରୀଙ୍କୁ ଡାକି ସବୁ କହି ଗାଡ଼ି କରି ପଠାଇ ଥିବା ବିଷୟରେ ଆଇଆଇସି କିଶୋର ନଗରକୁ ଲିଖିତ ଭାବେ ଜଣାଇଥିବା ସୂଚନା ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.