ବିଜୟଙ୍କ ବିଜୟ ପାଇଁ ବିଶାଳ ସାଇକେଲ ଶୋଭାଯାତ୍ରା କଲେ ସଞ୍ଜୟ ଦାସବର୍ମା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କିପରି ଏକ ନିଷ୍ଠାରେ କାର୍ଯ୍ୟ କରାଯାଏ ଏହାର ଉଦାହରଣ ସାଜିଛନ୍ତି ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ତଥା ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା । ବିଜୟଙ୍କ ବିଜୟ ପାଇଁ ବିଶାଳ ସାଇକେଲ ଶୋଭାଯାତ୍ରା କଲେ ସଞ୍ଜୟ ଦାସବର୍ମା । ଆଜି ୪.୩୦ ସମୟରେ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ରଘୁନାଥପୁର ବ୍ଲକର ବିଦ୍ୟାଧର ପୁର ଗ୍ରାମପଞ୍ଚାୟତର ଦଣ୍ଡୁଅ ଗ୍ରାମରୁ ନୂଆପଡ଼ା ପର୍ଯ୍ୟନ୍ତ ବିଶାଳ ସାଇକେଲ ଶୋଭାଯାତ୍ରା କରିଛନ୍ତି ଶ୍ରୀ ସଞ୍ଜୟ ଦାସବର୍ମା । ବିଜୁ ଜନତା ଦଳର ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତମୁଠା ଆହୁରି ଟାଣ କରିବା ପାଇଁ ବିଜୟ ଶଙ୍କର ଦାସଙ୍କୁ ବିପୁଳ ପରିମାଣରେ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ନିବେଦନ କରିଛନ୍ତି ଶ୍ରୀ ଦାସବର୍ମା ।

ମୁଖ୍ୟମନ୍ତ୍ରୀ ଶ୍ରୀ ଦାସବର୍ମାଙ୍କ ଉପରେ ନିଜ ଆସ୍ଥା ପ୍ରକଟ କରି ତିର୍ତ୍ତୋଲ ଉପନିର୍ବାଚନ ଯେଉଁ ଦାୟିତ୍ୱ ପ୍ରଦାନ କରିଥିଲେ ତାକୁ ସେ ନିଜର ସମ୍ପୂର୍ଣ୍ଣ ଚେଷ୍ଟା ଓ ନିଷ୍ଠାର ସହ ସମ୍ପାଦନ କରୁଥିବା ଦେଖିବାକୁ ମିଳୁଛି । ଦଳୀୟ କର୍ମୀ ସମ୍ବିଳନୀ ସହ ମିଶ୍ରଣ ପର୍ବ ମଧ୍ୟ ତାଙ୍କ ଅଧ୍ୟକ୍ଷତାରେ ରଘୁନାଥପୁର ବ୍ଲକ ଠାରେ ଅନୁଷ୍ଠିତ ହୋଇଆସୁଛି ।

Leave A Reply

Your email address will not be published.