ଅଶାନ୍ତ ହେଉଛି ସମୁଦ୍ର; ଲୋକଙ୍କୁ ସତର୍କ କଲା ଜିଲ୍ଲା ପ୍ରଶାସନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବାତ୍ୟା ଅମ୍ଫାନ ପାରାଦୀପଠାରୁ ବର୍ତ୍ତମାନ ୧୪୦କିମି ଦୂରରେ ରହିଥିବା ବେଳେ ଦୀଘାଠାରୁ ୧୨୫ କିମି ଦୂରରେ ରହିଛି। ସେହିପରି ବାତ୍ୟା ଘଣ୍ଟାକୁ ୨୯କିମି ବେଗରେ ଗତି କରୁଥିବା ବେଳେ ବାଂଲାଦେଶରୁ ୨୭୫କିମି ଦୂରରେ ରହିଛି । ସାମୁଦ୍ରିକ ଝଡ ଅମ୍ଫାନ କାରଣରୁ ସମୁଦ୍ର ଅଶାନ୍ତ ହୋଇଉଠିଛି । ଏହି କାରଣରୁ ଦୀଘାରେ କ୍ରମାଗତ ଭାବେ ସମୁଦ୍ରରେ ଉଚ୍ଚା ଉଚ୍ଚା ଲହଡି ଆସୁଛି । ସମୁଦ୍ରର ଏପରି ଅଶାନ୍ତ ରୂପକୁ ଦେଖି ବାଲେଶ୍ୱର ଜିଲ୍ଲା ପ୍ରଶାସନ ଲୋକଙ୍କୁ ଉପକୂଳ ଅଂଚଳକୁ ନଯିବାକୁ ବାରଣ କରିଛନ୍ତି। ଧୀରେ ଧୀରେ ଦୀଘାରେ ପବନର ବେଗ ବୃଦ୍ଧି ପାଉଥିବାରୁ ସମୁଦ୍ରର ଏପରି ଉଗ୍ରରୂପ ଆଗକୁ ଆହୁରି ଅଧିକ ହେବ ବୋଲି ଅନୁମାନ କରାଯାଉଛି ।

ବାଲେଶ୍ୱରର ଚାନ୍ଦିପୁର ବେଳାଭୂମିରେ ବି ବଡବଡ ଜୁଆର ଦେଖିବାକୁ ମିଳିଛି। ସମୁଦ୍ର ଅଶାନ୍ତ ରହୁଥିବା ବେଳେ ଅନେକ ସ୍ଥାନରେ ଘରର ଛପର ବି ଉଡ଼ିଯାଇଛି। ପବନର ବେଗ ସକାଳେ ଯେତିକି ରହିଥିଲା , ସମୟ ବଢିବା ସହ ଏହା ଅଧିକ ହୋଇଛି । ସେପଟେ ସାମୁଦ୍ରିକ ଝଡ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ପବନ ଜାରି ରହିଛି ।

Leave A Reply

Your email address will not be published.