ଧଳ ସାମନ୍ତ ବ୍ରଦର୍ସ ଘରୁ ପୁଣି ମିଳିଲା ବନ୍ଧୁକ-ଗୁଳି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):କଟକର ଡି ବ୍ରଦର୍ସଙ୍କ ଘରୁ ପୁଣି ମିଳିଲା ବନ୍ଧୁକ ଓ ଗୁଳି। ଆଜି ଚଢଉ ବେଳେ ୩ଟି ବନ୍ଧୁକ ଓ ୧୭୦ ରାଉଣ୍ଡ ଗୁଳି ମିଳିଥିବା ପୁଲିସ କମିଶନର ସୂଚନା ଦେଇଛନ୍ତି। ଡି ବ୍ରଦର୍ସଙ୍କ ଉପସ୍ଥିତିରେ ପୁଲିସ ଏହି ଚଢଉ କରିଛି। ଡି ବ୍ରଦର୍ସଙ୍କୁ ୩ ଦିନିଆ ରିମାଣ୍ଡରେ ଆଣି ଘର ଯାଞ୍ଚ କରୁଛି ପୁଲିସ। ଡିଟେକଟର ମେସିନ, ଅତ୍ୟାଧୁନିକ ଜ୍ଞାନ କୌଶଳରେ ଛାନଭିନ୍ କରିବା ସହିତ ଘର କାନ୍ଥତାଡି ଗୁଳି ବନ୍ଧୁକ ଖୋଜିଛି କମିଶନରେଟ୍ ପୁଲିସ୍ ।
ପ୍ରକାଶ ଯେ, ଦୀର୍ଘ ୪ ବର୍ଷ ହେଲା ଜେଲରେ ସଜା କାଟୁଥିବା ଡି ବ୍ରଦର୍ସଙ୍କୁ କମିଶନରେଟ୍ ପୁଲିସ୍ ରିମାଣ୍ଡରେ ଆଣିଛି। ଏହା ପୂର୍ବରୁ ଚଢ଼ଉ ବେଳେ ଡିବ୍ରଦର୍ସ ଘରୁ ଶୋ- କେଶ ଓ ଇନ୍ଟରିୟର ଭିତରୁ ୧୦୫୫ ଗୁଳି ଓ ୭ ଟି ବନ୍ଧୁକ ମିଳିଥିଲା ।

Leave A Reply

Your email address will not be published.