ପଶ୍ଚିମବଙ୍ଗ ରୁ ଏଣିକି ଚାଲିବ ସବୁ ଟ୍ରେନ୍

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କରୋନା ଯୋଗୁ ଦୀର୍ଘ ଦିନ ହେବ ଠପ୍‌ ହୋଇପଡ଼ିଥିବା ରେଳ ସେବା ପୁଣି ଥରେ ଚଳଚଞ୍ଚଳ ହୋଇଉଠିବ।  ଲକ୍‌ଡାଉନ୍‌ ହଟିଥିବାରୁ ଏଥର ନିୟମିତ ଭାବେ ଗଡ଼ିବ ଟ୍ରେନ।

ଆସନ୍ତାକାଲିଠୁ ପଶ୍ଚିମବଙ୍ଗରୁ ସଂପୂର୍ଣ୍ଣ  ଲକ୍‌ଡାଉନ୍‌ ହଟିବାକୁ ଥିବାରୁ ଏଥର ରେଳ ସେବା ପୂର୍ବ ପରି ଚାଲୁ ହୋଇଯିବ। ପୂର୍ବରୁ ବାତିଲ ଟ୍ରେନ ଗୁଡ଼ିକ ନିୟମିତ ଚାଲିବ ବୋଲି କହିଲା ପୂର୍ବତଟ ରେଲୱେ।ଭୁବନେଶ୍ୱର-ହାଓଡ଼ା ଜନଶତାବ୍ଦୀ, ହାଓଡ଼ା-ଯଶୋବନ୍ତପୁର ଦୂରନ୍ତ ନିୟମିତ ଚାଲିବ। ଏହାବ୍ୟତୀତ ଆଂଶିକ ବାତିଲ ଫାଲକନୁମା ଏକ୍ସପ୍ରେସ ମଧ୍ୟ ପୂର୍ବସୂଚୀ ଅନୁସାରେ ଚାଲିବ। ରାଜଧାନୀ ଓ ପୁରୁଷୋତ୍ତମ ଏକ୍ସପ୍ରେସ ମଧ୍ୟ ପୂର୍ବ ନିର୍ଦ୍ଧାରିତ ଷ୍ଟପେଜରେ ରହିବ।

Leave A Reply

Your email address will not be published.