ବିଜୁପ୍ରେମୀଙ୍କୁ ନେଇ ନୂଆ ଦଳ ଗଢ଼ିଲେ ଦାମ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନିଜ ତୁଣ୍ଡ ପାଇଁ ସବୁବେଳେ ଚର୍ଚ୍ଚାରେ ଥିବା ପୂର୍ବତନ ମନ୍ତ୍ରୀ ତଥା ପାରାଦୀପ ବିଧାୟକ ଡା.ଦାମୋଦର ରାଉତ ବିଜୁଙ୍କ ଅଦର୍ଶରେ ଏକ ନୂଆ ରାଜନୈତିକ ଦଳ ଗଢିବେ । ଏ ନେଇ ସେ ଶନିବାର ସନ୍ଧ୍ୟାରେ ସାମ୍ୟକ ସୂଚନା ଦେଇଛନ୍ତି । ବିଧାୟକ ରାଉତ ଶନିବାର ସନ୍ଧ୍ୟାରେ ପାରାଦୀପସ୍ଥିତ ସର୍କିଟ ହାଉସକୁ ଏକ ଖବରଦାତା ସମ୍ମିଳନୀ ଡାକିଥିଲେ । ସେଠାରେ ସେ କହିଥିଲେ ଯେ, ପାରାଦୀପ ହେଉଛି ମୋ ଗଡ଼ । ଏଠି ମୁଁ ଥିଲି ଆଉ ରହିବି । ଏଥିସହ ତାଙ୍କୁ ପାରାଦୀପରେ କେହି ଚ୍ୟାଲେଞ୍ଜ କରି ପାରିବେ ନାହିଁ ବୋଲି ଦାମ ଗଣମାଧ୍ୟମକୁ କହିଥିଲେ । ସେ ବିଜୁ ସମତାକ୍ରାନ୍ତି ଦଳ ନାମରେ ଏକ ନୂତନ ଦଳ ଗଢିବେ ବୋଲି ମଧ୍ୟ ଏଠାରେ ସୂଚନା ଦେଇଥିଲେ । ତେବେ ବିଜେଡିରୁ ବିଦା ହେବା ପରେ ଦାମ ନୂଆ ଦଳ ଗଢିବେ ବୋଲି ଚର୍ଚ୍ଚା ହେଉଥିବା ବେଳେ ବିଜୁ ସମତାକ୍ରାନ୍ତି ଦଳ ନାମରେ ଦାମ ନୂଆ ଦଳ ଗଢିବେ ବୋଲି ଏକ ପ୍ରକାର ସ୍ପଷ୍ଟ ହୋଇଛି।

ସୂଚନା ଅନୁଯାୟୀ, ଦଳ ବିରୋଧୀ ମନ୍ତବ୍ୟ ପାଇଁ ଦାମଙ୍କୁ ବିଜେଡି ସୁପ୍ରିମୋ ବିଜେଡିରୁ ବହିଷ୍କାର କରିଥିଲେ । ଏହାପରେ ସେ ନୂଆ ଆଞ୍ଚଳିକ ଦଳ ଗଢିବେ ବୋଲି ଚର୍ଚ୍ଚା ହେଉଥିବା ବେଳେ କେନ୍ଦ୍ରାପଡା ପୂର୍ବତନ ଏମପି ବୈଜୟନ୍ତ ପଣ୍ଡା ତାଙ୍କ ସହ ସାମିଲ ହେବେ ବୋଲି କୁହାଯାଉଥିଲା । ମାତ୍ର ବିଜୁ ସମତାକ୍ରାନ୍ତି ଦଳରେ ସାମିଲ ଥିବା ସମ୍ପର୍କରେ ଏ ଯାଏଁ ବୈଜୟନ୍ତ କୌଣସି ସୂଚନା ଦେଇନାହାନ୍ତି ।

Leave A Reply

Your email address will not be published.