ବଦଳିଲା ଦାମଙ୍କ ସିଟ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବଦଳିଲା ଦାମ ରାଉତଙ୍କ ବିଧାନସଭାରେ ବସିବା ସିଟ । ଏଥର ପଛ ସିଟରେ ବସିଲେ ଦାମ । ପୂର୍ବରୁ ଦାମ ଡ଼ି/୩ ସିଟରେ ବସୁଥିଲେ ମାତ୍ର ବିଜେଡ଼ିରୁ ବହିଷ୍କୃତ ହେବାପରେ ଏଥର ସେ ଏଫ/୧୦ ସିଟରେ ବସିଲେ । ସମତାକ୍ରାନ୍ତି ଦଳର ବିଧାୟକ ଜର୍ଜ ତିର୍କୀଙ୍କ ପାଖରେ ବସିଲେ ଦାମ ରାଉତ । କାରଣ ଦାମ ବାବୁ ଏଥର ସ୍ୱାଧୀନ ବିଧାୟକ ଭାବେ ବିଧାନସଭାକୁ ଆସିବେ । ଏବଂ ଦାମଙ୍କ ସିଟରେ ସୁଦାମ ମାରାଣ୍ଡି ବସିବେ ।

କିଛିଦିନ ପୂର୍ବେ ସମବାୟ, ଓମଫେଡ, ଚାରା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଦୁର୍ନୀତି ହୋଇଥିବା ନେଇ ଦଳୀୟ ନେତା ମାନଙ୍କୁ ଦାମ ଟାର୍ଗେଟ କରିଆସୁଥିଲେ । ଯାହାକୁ ନେଇ ରାଜ୍ୟ ରାଜନୀତିରେ ଆଲୋଡନ ସୃଷ୍ଟି ହୋଇଥିଲା । ତେଣୁ ଗତ ବୁଧବାର ଦିନ ଦଳବିରୋଧୀ ମନ୍ତବ୍ୟ ପାଇଁ ଦାମଙ୍କୁ ବିଜେଡିରୁ ବହିଷ୍କୃତ କରିଥିଲେ ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକ । ଆଉ ଏହାପରେ ବିଧାନସଭାରେ ଦାମଙ୍କ ସିଟ ବଦଳାଇବାକୁ ମଧ୍ୟ ବିଜେଡି ପକ୍ଷରୁ ବାଚସ୍ପତିଙ୍କ ନିକଟରେ ଦାବି କରାଯାଇଥିଲା । ଏବଂ ବାଚସ୍ପତି ଏହାକୁ ଅନୁମୋଦନ ମଧ୍ୟ କରିଥିଲେ । ତେଣୁ ଏହାପରେ ଦାମଙ୍କ ସିଟ ପରିବର୍ତ୍ତନ ହୋଇଥିଲା । ଯେହେତୁ ଦାମ ଏବେ ବିଜେଡି ଦଳରେ ନାହାନ୍ତି ତେଣୁ ତାଙ୍କୁ ସ୍ୱାଧୀନ ବିଧାୟକ ଭାବେ ଏଫ/୧୦ରେ ସିଟ ଦିଆଯାଇଛି ।

Sikshaya
Leave A Reply

Your email address will not be published.