ଖାତିର ନାହିଁ ଫାଶୀ ଦଣ୍ଡାଦେଶକୁ

0

ଓଡ଼ିଶଫାଷ୍ଟ(ବ୍ୟୁରୋ):ଫାଶୀ ଦଣ୍ଡ ଅଧ୍ୟାଦେଶ ପରେ ବି ନାବାଳିକା ସ୍କୁଲ ଛାତ୍ରୀ ପ୍ରଧାନ ଶିକ୍ଷକଙ୍କ ଦ୍ୱାରା ଅସଦାଚରଣ ର ଶିକାର ହୋଇଛି।

ରାଜ୍ୟରେ ନାବାଳିକା ଦୁଷ୍କର୍ମ ଘଟଣା ବୃଦ୍ଧି କୁ ନେଇ ଗତକାଲି ବିଧାନସଭା ମୁଲତବୀ ହେବା ସହ ବିରୋଧୀ ଦଳ ନେତା ଏହାକୁ ନେଇ ଉଦବେଗ ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଙ୍କ ଉତ୍ତର ଚାହିଁ ବସିଥିଲେ। ଆଜି ମୁଖ୍ୟମନ୍ତ୍ରୀ ଏସମ୍ପର୍କରେ ଉତ୍ତର ରଖିବାକିବାକୁ ଥିଲାବେଳେ ପୁଣି ନାବାଳିକା ଅସଦାଚରଣ ଘଟଣା କୋଣାର୍କ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି।

ଘଟଣା କ୍ରମେ

କାକଟପୁର ଅଞ୍ଚଳରେ ସୁନାରିବସ୍ତି ୟୁପି ସ୍କୁଲ ର ତିନି ଜଣ ନାବାଳିକା ଛାତ୍ରୀ ସ୍କୁଲର ପ୍ରଧାନ ଶିକ୍ଷକଙ୍କ ଦ୍ୱାରା ଅସଦାଚରଣ ଶିକାର ହୋଇଥିବା ଅଭିଯୋଗ ହୋଇଛି। ପିଲାମାନେ ଗତକାଲି ପ୍ରଧାନଶିକ୍ଷକ ଦ୍ୱାରା ଅସଦାଚରଣ ଶିକାର ହେବାପରେ ଘରେ ଅବିଭାବାକୁ ଙ୍କୁ କହିବାପରେ ଆଜି ଗ୍ରାମବାସୀ ମାନେ ଉତକ୍ଷିପ୍ତ ହୋଇ ସ୍କୁଲରେ ତାଲା ପକାଇବାସହ ପ୍ରଧାନଶିକ୍ଷକ ଙ୍କୁ ଅଟକ ରଖିଥିଲେ ।ଘଟଣାକୁ ଗୁରୁତ୍ବର ସହନେଇ BRCC ତୁରନ୍ତ CRCC ଙ୍କୁ ଘଟଣାର ତଦନ୍ତ ନିର୍ଦେଶ ଦେଇଛନ୍ତି।।

ଦେଶରେ ନାବାଳିକା ଦୁଷ୍କର୍ମ ଘଟଣାକୁ ରୋକିବାକୁ ଯାଇ କେନ୍ଦ୍ରସରକାର ଫାଶୀ ଭଳି ଦଣ୍ଡ ବିଧାନ ଅଧ୍ୟାଦେଶ ମାଧ୍ୟମରେ ଆଣିଥିଲେ ମଧ୍ୟ ଦେଶରେ ନାବାଳିକା ଦୁଷ୍କର୍ମ ଏବଂ ଅସଦାଚରଣ ଯେଭଳି ଅହେତୁକ ବୃଦ୍ଧି ପାଉଛି ତାକୁକିଭଳି ରୋକାଯାଇପାରିବ ତାହା ଆଜି ସାମାଜିକ ସ୍ତରରେ ଏକ ବଡ ପ୍ରଶ୍ନ ହୋଇ ଠିଆ ହୋଇଛି।

 

Leave A Reply

Your email address will not be published.