ନୂଆ ଲୁକରେ ଆଲିଆ; ଦେଖନ୍ତୁ ଭିଡିଓ

0

ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଆଗାମୀ ଚଳଚ୍ଚିତ୍ର ‘ଡାର୍ଲିଙ୍ଗସ୍‌’ର ଟ୍ରେଲର ରିଲିଜ ହୋଇଛି । ଏହି ଫିଲ୍ମ ନେଟଫ୍ଲିକ୍ସରେ ମୁକ୍ତିଲାଭ କରିବାକୁ ଯାଉଛି । ବର୍ତ୍ତମାନ ଆଲିଆଙ୍କ ପାଖରେ ଚଳଚ୍ଚିତ୍ରର ଏକ ଲମ୍ବା ତାଲିକା ରହିଛି । ସେହି ତାଲିକାରେ ଥିବା ଏକ ଫିଲ୍ମ ହେଉଛି ‘ଡାର୍ଲିଙ୍ଗସ୍’ । ଆଲିଆ ଏହି ଚଳଚ୍ଚିତ୍ରରେ ବହୁତ ଭଲ କାମ କରିଛନ୍ତି ଏବଂ ନିଜ କାମରେ ଲୋକଙ୍କ ହୃଦୟ ଜିତିଛନ୍ତି । ବଡ କଥା ହେଉଛି ଆଲିଆ ଏହି ଚଳଚ୍ଚିତ୍ରର ନିର୍ମାତା ମଧ୍ୟ । ସେ ଏହି ଚଳଚ୍ଚିତ୍ର ଅଭିନୟ କରିବା ସହିତ ନିର୍ମାତା ଭାବରେ ତାଙ୍କର ନୂଆ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି ।

 

ଡାର୍ଲିଙ୍ଗସ୍‌ର ଏହି ନୂଆ ଟ୍ରେଲର ସହିତ ଫିଲ୍ମର ମଜାଦାର କାହାଣୀ ମଧ୍ୟ ସାମ୍ନାକୁ ଆସିଛି । ଏହି ଫିଲ୍ମରେ ଶେଫାଳୀ ଶାହା ଏବଂ ଆଲିଆ ଭଟ୍ଟ ବିଜୟ ବର୍ମାଙ୍କୁ ଖୁବ୍‌ ହଇରାଣ କରୁଥିବା ନଜର ଆସିଛନ୍ତି । ଡାର୍ଲିଂ ହେଉଛି ଏକ ଡାର୍କ କମେଡି ଚଳଚ୍ଚିତ୍ର, ଯେଉଁଥିରେ ଦର୍ଶକ ମା’-ଝିଅର ଏକ ଭିନ୍ନ କାହାଣୀ ଦେଖିବାକୁ ପାଇବେ ।

ଡାର୍ଲିଙ୍ଗସ୍‌ର ନିର୍ଦ୍ଦେଶନା ଦେଇଛନ୍ତି ଜସମିତ କେ. ରିନ୍‌ । ଜସମିତ ଫିଲ୍ମର କାହାଣୀ ମଧ୍ୟ ଲେଖିଛନ୍ତି । ଫିଲ୍ମର ନିର୍ମାତା ତାଲିକାରେ ଆଲିଆ ଭଟ୍ଟଙ୍କ ସହ ଗୌରୀ ଖାନ ଏବଂ ବିଜୟ ବର୍ମାଙ୍କ ନାମ ରହିଛି । ଡାର୍ଲିଙ୍ଗସ୍ ଆଲିଆ ଭଟ୍ଟଙ୍କ ହୋମ୍‌ ପ୍ରଡକ୍ସନ ଇଣ୍ଟରନାଲ ସନ୍‌ସାଇନ୍‌ଙ୍କ ପ୍ରଥମ ଫିଲ୍ମ ଅଟେ। ଯାହା ଶାହାରୁଖ ଖାନ ଏବଂ ଗୌରୀ ଖାନଙ୍କ କମ୍ପାନୀ ରେଡ ଚିଲିସ୍ ଦ୍ୱାରା ନିର୍ମିତ । ଏହି ଚଳଚ୍ଚିତ୍ରରେ ଆଲିଆ, ଶେଫାଲୀ ଏବଂ ବିଜୟଙ୍କ ବ୍ୟତୀତ ରୋଶନ ମାଥ୍ୟୁ ଏବଂ ରାଜେଶ ଶର୍ମା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି । ଚଳିତ ବର୍ଷ ଅଗଷ୍ଟ ୫ ରେ OTT ପ୍ଲାଟଫର୍ମ ନେଟଫ୍ଲିକ୍ସରେ ଡାର୍ଲିଙ୍ଗସ୍‌ ମୁକ୍ତିଲାଭ କରିବ ।

SOA post below
Leave a comment