ଓପିଏସ୍ସି ପରୀକ୍ଷା ପାଇଁ ଘୋଷଣା ହେଲା ତାରିଖ

ଓଡ଼ିଶା ପ୍ରଶାସନିକ ସେବାର ପ୍ରିଲିମ୍ ପରୀକ୍ଷା ପାଇଁ ଘୋଷଣା ହେଲା ତାରିଖ । ଅକ୍ଟୋବର ୧୬ ତାରିଖରେ ପରୀକ୍ଷା ନେଇ ସୂଚନା ଦେଇଛି ଓଡ଼ିଶା ଲୋକ ସେବା ଆୟୋଗ ବା ଓପିଏସ୍ସି । ୨୦୨୧ ବର୍ଷ ପାଇଁ ପ୍ରକାଶ ପାଇଥିବା ବିଜ୍ଞାପନର ପରୀକ୍ଷା ହେବ । ଅକ୍ଟୋବର ୧୬ ରବିବାର ଦିନ ଏହି ପରୀକ୍ଷା ହେବା ସହ ପରୀକ୍ଷା ସଂପର୍କୀୟ ସବିଶେଷ ବିବରଣୀ ଓପିଏସ୍ସି ୱେବ୍ସାଇଟ୍ରୁ ମିଳିପାରିବ ବୋଲି କୁହାଯାଇଛି ।