ଡନ୍ ଦାଉଦ ଇବ୍ରାହିମଙ୍କ ସୂଚନା ଦେଲେ ମିଳିବ ୨୫ ଲକ୍ଷ ଟଙ୍କା; ଘୋଷଣା କଲା ଏନଆଇଏ

କୁଖ୍ୟାତ୍ ଡନ୍ ଦାଉଦ ଇବ୍ରାହିମଙ୍କ ସମ୍ପର୍କରେ ସୂଚନା ଦେଲେ ମିଳିବ ୨୫ ଲକ୍ଷ ଟଙ୍କା। ଏଭଳି ଆର୍ଥିକ ପୁରସ୍କାର ଘୋଷଣା କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ। କେବଳ ଦାଉଦ ନୁହଁ ତାଙ୍କ ସହଯୋଗୀଙ୍କ ନାମରେ ପୁରସ୍କାର ଘୋଷଣା କରିଛି ଏନଆଇଏ। ଅନ୍ତର୍ଜାତୀୟ ଆତଙ୍କବାଦୀ ଦାଉଦ ଇବ୍ରାହିମଙ୍କ ନୂଆ ଫଟୋ ଜାରି କରି ଏହି ସୂଚନା ଦେଇଛି ଏନଆଇଏ।
ସେହିପରି ଦାଉଦ୍ ଇବ୍ରାହିମଙ୍କ ଘନିଷ୍ଠ ସହଯୋଗ ଛୋଟା ସକିଲଙ୍କ ନାମରେ ଏନଆଇଏ ୨୦ ଲକ୍ଷ ଟଙ୍କା ଘୋଷଣା କରିଛି। ଅନ୍ୟମାନଙ୍କ ମଧ୍ୟରେ ଅନିଜ୍ ଇବ୍ରାହିମ୍, ଜାଭେଦ ଚିକିନା ଏବଂ ଟାଇଗର ମେମନଙ୍କ ନାମରେ ୧୫ ଲକ୍ଷ ଟଙ୍କା ଘୋଷଣା କରାଯାଇଛି। ଏକ ବୟାନ ଜାରି କରି ଏନଆଇଏ କହିଛି ଯେ, ଅନ୍ତର୍ଜାତୀୟ ଆତଙ୍କବାଦୀ ସଙ୍ଗଠନ ଲସ୍କର-ଇ-ତୋଇବା, ଜୈଶ-ଇ-ମହମ୍ମଦ ଏବଂ ଅଲକାଏଦା ସହ ମିଶି କାମ କରୁଛି। ଗତ ବର୍ଷ ଦାଉଦ ଇବ୍ରାହିମଙ୍କ ସମ୍ପର୍କରେ ଭାରତ ଜାତିସଂଘ ସୁରକ୍ଷା ପରିଷଦରେ ନିଜର ମତ ରଖିଥିଲା ୧୯୯୩ ମୁମ୍ବା ବ୍ଲାଷ୍ଟର ମୁଖ୍ୟ କାର୍ପଟଦାର ଦାଉଦ୍ ପଡ଼ୋଶୀ ଦେଶରେ ଆରାମରେ ରହୁଥିବା ଭାରତ କହିଥିଲା।