ନୂଆ ଡ଼ିସିପିଙ୍କ ଥାନାରେ ଚଢ଼ାଉ

0

ଓଡିଶା ଫାଷ୍ଟ(ବ୍ୟୁରୋ): ନୂଆ ଡ଼ିସିପି ଅନୁପ ସାହୁଙ୍କ ଅଚାନକ ଟ୍ରାଫିକ ଥାନରେ ଚଢ଼ାଉ। ଚଢ଼ାଉ ବେଳେ ନଥିଲେ ଆଇଆଇସି ଓ ଏସିପି। ଏହା ଦେଖି ସେ ଅସନ୍ତୋଷ ବ୍ୟକ୍ତ କରିଥିଲେ ।

ଆଜି ପ୍ରାୟ ସନ୍ଧ୍ୟା ୫ଟା ବେଳେ ଡ଼ିସିପି ଟ୍ରାଫିକ ଥାନାକୁ ଅଚାନକ ଆସି ପହଞ୍ଚିଥିଲେ। ସାହବଙ୍କୁ ଦେଖି ଥାନାରେ ଥିବା ତଳିଆ କର୍ମଚାରୀଙ୍କ ହୋସ ଉଡିଯାଇଥିଲା। ଆଇଆଇସି ନଥିବାରୁ ଡ଼ିସିପି ଚାଲିଲେ ଏସିପିଙ୍କ ଚାମ୍ବରକୁ ସେଠି ଜଣେ ବିନା ୟୁନିଫର୍ମରେ ଥିବା କର୍ମଚାରୀଙ୍କୁ ପଚାରିଥିଲେ ଥାନାର ଷ୍ଟ୍ରେଙ୍ଗଥ କେତେ କର୍ମଚାରୀଙ୍କ ପାଖରୁ ସନ୍ତୋଷ ଜନକ ଉତ୍ତର ମିଳିନଥିଲା।

ଏତିକି ଭିତରେ ଥାନାରେ ଥିବା ତଳିଆ କର୍ମଚାରୀଙ୍କ ଫୋନ ଯୋଗେ ଏସିପି ଓ ଆଇଆଇସି ବ୍ୟସ୍ତତାର ସହ ଝାଳନାଳ ହୋଇ ଆସି ପହଞ୍ଚିଲେ । ସାହବଙ୍କୁ ଥାନାର ବ୍ୟବସ୍ଥା ବିଷୟରେ ବୁଝାଇଥିଲେ। ଏହାକୁ ନେଇ ଚର୍ଚା ଜୋର ଧରିଛି।

Leave A Reply

Your email address will not be published.