ସମୁଦ୍ର ଜୁଆରରେ ଭାସି ଆସି ଚନ୍ଦ୍ରଭାଗା କୂଳରେ ଲାଗିଲା ମୃତଦେହ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କୋଣାର୍କ ଚନ୍ଦ୍ରଭାଗା ସମୁଦ୍ର କୂଳରୁ ଆଜି ଜଣେ ଅଚିହ୍ନା ମହିଳାଙ୍କ ମୃତଦେହ ଠାବ ହୋଇଛି । ମୃତ ଦେହଟି ସମୁଦ୍ର ଜୁଆରରେ ଭାସି ଆସି କୂଳରେ ଲାଗିଛି । ଆଜି ସକାକୁ ମର୍ଣ୍ଣିଂ ୱାର୍କ କରୁଥିବା ବେଳେ ସ୍ଥାନୀୟ ଲୋକେ ମୃତ ଦେହ ଦେଖିଥିଲେ । ଏନେଇ ପୋଲିସକୁ ଖବର ଦେଇଥିଲେ । ଚନ୍ଦ୍ରଭାଗା ସାମୁଦ୍ରିକ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।ଚନ୍ଦ୍ରଭାଗା ସାମୁଦ୍ରିକ ପୋଲିସ ମୃତ ଦେହ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇଛି । ମୃତ ମହିଳାଙ୍କ ପରିଚୟ ମଧ୍ୟ ମିଳିପାରିନାହିଁ ।

Leave A Reply

Your email address will not be published.