ଭୁବନେଶ୍ୱରରେ ଚାଞ୍ଚଲ୍ୟ, ଗାଡି ଭିତରୁ ଡ୍ରାଇଭରଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ୱର ଷ୍ଟେସନ ବଜାର ଦୁର୍ଗାମଣ୍ଡପ ସମ୍ନାରୁ ମାଲ ପରିବହନ ଗାଡି ଭିତରୁ ମୃତଦେହ ଉଦ୍ଧାର କରିଛି ଲକ୍ଷ୍ମୀସାଗର ପୋଲିସ । ମୃତକ ଗାଡିର ଡ୍ରାଇଭର ହୋଇଥିବା ବେଳେ ହତ୍ୟା ସନ୍ଦେହରେ ତଦନ୍ତ ଆରମ୍ଭ କଲା ପୋଲିସ ।

ସୂଚନା ଅନୁଯାୟୀ, ଗତକାଲିଠାରୁ ଭୁବନେଶ୍ୱର ଷ୍ଟେସନ ବଜାର ଦୁର୍ଗାମଣ୍ଡପ ସମ୍ନାରେ ଏକ ଗାଡି ଛିଡ଼ା ହୋଇଥିଲା । ରାତିରୁ ମୃତକ ଜଣକ ଘରକୁ ଯାଇନଥିବାରୁ ତାଙ୍କ ଭାଇ ତାଙ୍କୁ ଖୋଜି ଖୋଜି ଆସି ଷ୍ଟେସନ ପାଖରେ ଗାଡି ଥୁଆ ହୋଇଥିବା ଦେଖିବାକୁ ପାଇଥିଲେ। ଗାଡିରୁ ଦୁର୍ଗନ୍ଧ ବହାରିବାରୁ ସ୍ଥାନୀୟ ବାସିନ୍ଦା ପୋଲିସ କୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡି ଖୋଲିବା ପରେ ଜଣେ ଉକ୍ତ ବ୍ୟକ୍ତିର ମୃତ ଦେହ ତଳେ ପଡିଥିବା ଦେଖିବାକୁ ପାଇଥିଲା । ଗାଡିରୁ ବ୍ୟାଟ୍ରି ଓ ଅନେକ ଜିନିଷ ଚୋରି ହୋଇଥିବାରୁ କେହି ତାଙ୍କୁ ହତ୍ୟା କରି ଗାଡି ତଳେ ପକାଇଦେଇଥିବା ସନ୍ଦେହ କରୁଛି ପୋଲିସ ।

Leave A Reply

Your email address will not be published.