ନିଖୋଜ ଥିଲେ, ଜଙ୍ଗଲରୁ ମିଳିଲା ମୃତଦେହ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଖଜିରାପାଟ ପଞ୍ଚାୟତ ଦେଉଳିଆପଶି ଗ୍ରାମ ନିକଟ ଜଙ୍ଗଲରୁ ଜଣେ ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଲେ ସୁରେନ୍ଦ୍ରପୁର ଗ୍ରାମର ସୋନାରାମ ମୁଣ୍ଡାଙ୍କ ପୁଅ ମାଧବ ମୁଣ୍ଡା(୨୫)। ଗତକାଲି ସନ୍ଧ୍ୟାରୁ ସେ ନିଖୋଜ ଥିଲେ। ଆଜି ସକାଳୁ ଗ୍ରାମର କିଛି ଲୋକ ଗାଁ ନିକଟ ଆକାଶିଆ ଜଙ୍ଗଲରେ ତାଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। କେହି ଦୁର୍ବୃତ୍ତ ତାଙ୍କୁ ହତ୍ୟା କରି ଏଠାରେ ପକାଇ ପକାଇଥିବା ଗ୍ରାମବାସୀ ସନ୍ଦେହ କରୁଥିବା ବେଳେ ମାଧବଙ୍କ ବେକ ଓ ଆଖିରେ ଗଭୀର କ୍ଷତ ଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.